ନିଖୋଜ ବୃଦ୍ଧାଙ୍କଙ୍କ ଶବ ମାଟି ତଳୁ ଉଦ୍ଧାର, ଗୁଣି ସନ୍ଦେହରେ ହତ୍ୟା ଅଭିଯୋଗ

ଦିଗପହଣ୍ଡି: ଘରୁ ନିଖୋଜ ବୃଦ୍ଧାଙ୍କ ଶବ ମାଟି ତଳୁ ଉଦ୍ଧାର । ଗୁଣିଆ ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଛଣବଗଡ଼ ଗାଁର ସାଇବାଣୀ ମଲ୍ଲିକ ଗତ ଅକ୍ଟୋବର ୮ ତାରିଖରୁ ନିଖୋଜ ଥିଲେ । ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ ସାଇବାଣୀଙ୍କ ଝିଆରୀ । ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ରବିବାର ଭୋରରୁ ତାଙ୍କ ଗଳିତ ଶବ ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଛି ।

Deadbody Of Elder Women Recovered From Under Ground

ଘଟଣାକୁ ନେଇ କିଛି ଯୁବକଙ୍କୁ ଅଟକ ରଖି ପୋଲିସର ପଚରାଉଚରା ବେଳେ ପକୃତ ଘଟଣା ସାମ୍ନାକୁ ଆସିଛି । ସାଇବାଣୀ ଜନ୍ମରୁ ଭିନ୍ନକ୍ଷମ ଥିବାରୁ ବିବାହ କରିନଥିଲେ । ପିଲାଟି ଦିନରୁ ସେ ଠାକୁର ପୂଜାକୁ ଭଲ ପାଉଥିଲେ । ସେ ନିଜକୁ ଦେବୀ ସାଧକ ଭାବେ ଗାଁରେ ପରିଚିତ କରାଇଥିଲେ । ହେଲେ କିଛି ବର୍ଷ ଭିତରେ ଗାଁର ଅନେକ ଲୋକ ଏବଂ ଶିଶୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ।

Deadbody Of Elder Women Recovered From Under GroundDeadbody Of Elder Women Recovered From Under Ground

ଗୁଣିକରି ହତ୍ୟା କରିଥିବା ସନ୍ଦେହରେ ଗାଁର କିଛି ଲୋକ ସାଇବାଣୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply