ଆଶ୍ଚର୍ଯ୍ୟ, ଟଙ୍କା ଉଠାଇବାକୁ ବ୍ୟାଙ୍କରେ ପହଞ୍ଚିଲା ମୃତଦେହ…

1 min read
dead Body

ପାଟନା: ବିହାରର ରାଜଧାନୀ ପାଟନାରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯିଏ କେହି ବି ଏହା ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ଏଠାରେ ଏକ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଏକ ଶବ ଆସି ପହଞ୍ଚିଗଲା । ଏହା ଦେଖି ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଗଲା । ଏହି ଘଟଣା ଯିଏ କେହି ବି ଶୁଣିବ ସେ ଡରିଯିବ କିନ୍ତୁ ବାସ୍ତବରେ ଏହା ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ।

ବ୍ୟାଙ୍କରେ ପହଞ୍ଚିଥିଲା ମୃତଦେହ

ଏହି ଘଟଣା ରାଜଧାନୀ ପାଟଣାର ଶାହାଜାହାନପୁର ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି । ସିଗ୍‌ରିଆୱାନ ଗ୍ରାମ ନିକଟରେ ଏକ କାନାରା ବ୍ୟାଙ୍କ ଅଛି । ହଠାତ୍‌ ବ୍ୟାଙ୍କରେ ହଇଚଇ ସୃଷ୍ଟି ହୋଇଗଲା, କାରଣ କୋକେଇରେ ଶୋଇଥିବା ଜଣେ ଲୋକର ଆକାଉଣ୍ଟରୁ ଟଙ୍କା ବାହାର କରିବାକୁ କୁହାଗଲା । ସିଗ୍‌ରିଆୱାନ ଗ୍ରାମ ନିବାସୀ ୫୫ ବର୍ଷିୟ ମହେଶ ଯାଦବଙ୍କର ୫ ଜାନୁଆରୀ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି ।

ମହେଶଙ୍କୁ ଅନ୍ତିମସଂସ୍କାର କରାଯିବାରଥିଲା କିନ୍ତୁ ଏଥିପାଇଁ କାହାରି ପାଖରେ ଟଙ୍କା ନଥିଲା । ଏଭଳି ପରିସ୍ଥିତିରେ ଗ୍ରାମବାସୀ ବ୍ୟାଙ୍କରେ ପହଞ୍ଚି ମହେଶଙ୍କ ଆକାଉଣ୍ଟରେ ଥିବା ଜମା ଟଙ୍କାକୁ ମାଗିଥିଲେ । କିନ୍ତୁ ବ୍ୟାଙ୍କ ଅଧିକାରୀମାନେ ଏହା କରିବାକୁ ସିଧା ସିଧା ମନା କରିଦେଇଥିଲେ ।

କାରଣ ଟଙ୍କା ଉଠାଣ ଓ ନେଣ ଦେଣ ପାଇଁ କାନାରା ବ୍ୟାଙ୍କର କିଛି ସ୍ୱତନ୍ତ୍ର ନିୟମ ରହିଛି । ଯେଉଁଥିବା ବ୍ୟାଙ୍କ ଅଧିକାରୀ ମୃତ ମହେଶଙ୍କ ଆକାଉଣ୍ଟରୁ ଟଙ୍କା ଦେବାକୁ ମନା କରିଥିଲେ । ଯେତେବେଳେ ବ୍ୟାଙ୍କରୁ ଟଙ୍କା ପ୍ରତ୍ୟାହାର କରିହେବ ନାହିଁ ବୋଲି ଗ୍ରାମବାସୀ ଜାଣିବାକୁ ପାଇଲେ ସେତେବେଳେ ମହେଶଙ୍କ ମୃତଦେହକୁ ସିଧାସଳଖ ବ୍ୟାଙ୍କ ଭିତରକୁ ନେଇ ଆସିଲେ ।

ଏହା ଘଟଣା ପରେ ବ୍ୟାଙ୍କରେ ହଇଚଇ ସୃଷ୍ଟି ହୋଇଗଲା । ବ୍ୟାଙ୍କ କର୍ମଚାରୀ ଆତଙ୍କିତ ହୋଇପଡ଼ିଲେ । କୁହାଯାଉଛି ଯେ ମହେଶଙ୍କ ମୃତଦେହ ପ୍ରାୟ ୩ ଘଣ୍ଟା ଧରି ବ୍ୟାଙ୍କରେ ପଡ଼ି ରହିଥିଲା । ଶେଷରେ, ମାମଲାକୁ ଶାନ୍ତ କରିବା ପାଇଁ ମ୍ୟାନେଜର ତାଙ୍କ ତରଫରୁ ଦଶ ହଜାର ଟଙ୍କା ଦେଇଥିଲେ ଏବଂ ଲୋକମାନଙ୍କୁ ବୁଝାସୁଝା କରି ମେହେଶଙ୍କ ଶେଷକୃତ୍ୟ ପାଇଁ ପଠାଇଲେ ।

ନୋମିନି ନଥିବାରୁ ଘଟିଲା ଏମିତି

ସବୁଠାରୁ ବଡ଼ କଥା ହେଲା ମୃତ ମହେଶ ଯାଦବ ଅବିବାହିତ ଥିଲେ । ଏମିତିକି ବ୍ୟାଙ୍କରେ ଖାତା ଖୋଲିବା ବେଳେ ସେ କାହାରିକୁ ନୋମିନି ରଖିନଥିଲେ । କୁହାଯାଉଛି ଯେ ତାଙ୍କ ଆକାଉଣ୍ଟରେ ଏକ ଲକ୍ଷରୁ ଅଧିକ ଟଙ୍କା ଜମା ରହିଛି । ବ୍ୟାଙ୍କ ଅଧିକାରୀଙ୍କ କହିବାନୁସାରେ, ଦୁଇଥର ସୂଚନା ଦେବା ସତ୍ତ୍ୱେ ମହେଶ KYC ମଧ୍ୟ ଅପଡେଟ୍ କରିନାହାଁନ୍ତି । ଯେଉଁଥିପାଇଁ ମ୍ୟାନେଜର ଟଙ୍କା ଦେବାକୁ ମନା କରିଦେଇଥିଲେ ।

Leave a Reply