ହତ୍ୟାକାରୀ ନର୍ସ, ବିଷ ଇଞ୍ଜେକ୍ସନ ଦେଇ ନେଲା ୧୧ ଜୀବନ

1 min read

ରାଜସ୍ଥାନ: ରାଜସ୍ଥାନର ଯୋଦ୍ଧପୁରର ଏକ ଗାଁରେ ଚାଷ କାମ କରୁଥିବା ଏକ ପରିବାରର ୧୧ ଜଣଙ୍କୁ ହତ୍ୟା କରାଯାଇଥିବାର ଏକ ମର୍ମନ୍ତୁଦ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ପାକିସ୍ତାନରେ ନର୍ସିଂ କରିଥିବା ପ୍ରିୟା ବା ପ୍ୟାରୀ ନାମକ ୨୫ ବର୍ଷୀୟା ଝିଅ ଏକ ପରିବାରର ସମସ୍ତ ସଦସ୍ୟଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଛି । ପୋଲିସ ଶବ ନିକଟରୁ ବିଷ ବୋତଲ ଏବଂ ଇଞ୍ଜେକ୍ସନ ଜବତ କରିଛି । ତଦନ୍ତରୁ ମିଳିଥିବା ଖବର ଅନୁସାରେ ପ୍ରଥମେ ପରିବାର ସଦସ୍ୟଙ୍କୁ ନିଦ ବଟିକା ଦିଆଯାଇଥିଲା । ସମସ୍ତେ ଘର ବାହାରେ ଥିବା ଚଟାଣରେ ଶୋଇଥିବା ବେଳେ ସେମାନଙ୍କୁ ଟାଣି ଟାଣି ଘରକୁ ନିଆଯାଇ ସେମାନଙ୍କର ହତ୍ୟା କରାଯାଇଛି ।

ସବୁଠାରୁ ଆଶ୍ଚର‌୍ୟ୍ୟକର କଥା ହେଉଛି ତଦନ୍ତରେ ଦର୍ଶାଯାଇଛିଯେ ଘରର ୧୨ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ବଂଚି ଯାଇଥିବାର କାରଣ ହେଉଛି ଖାଇ ସାରିବା ପରେ ସେ ଗାଈ ଚରାଇବାକୁ ଚାଲି ଯାଇଥିଲା ଏବଂ ଚାଷଜମିରେ ହିଁ ଶୋଇ ପଡ଼ିଥିଲା । ସକାଳେ ଘରକୁ ଫେରିବା ବେଳକୁ କେହି ମଧ୍ୟ ଜୀବିତ ନଥିଲେ ।ପୋଲିସର କହିବା ଅନୁସାରେ ରାମ ଏବଂ ରବି ଦୁଇ ଭାଇ ରାଜସ୍ଥାନରେ ଗୋଟିଏ ଘରେ ବିବାହ କରିଥିଲେ । ଏମାନଙ୍କର ୪ ଭଉଣୀ ଥିଲେ । ଦୁଇଜଣ ପାକିସ୍ତାନରେ ନର୍ସିଂ କରିଥିଲେ ଏବଂ ଦୁଇଜଣଙ୍କ ବିବାହ ଯୋଦ୍ଧପୁରରେ ସେହି ପରିବାରରେ ହୋଇଥିଲା, ଯେଉଁ ପରିବାରରେ ଦୁଇ ଭାଇଙ୍କ ବିବାହ ହୋଇଥିଲା ।

ଜଣେ ଭଉଣୀ ବିବାହ କରି ସେହି ନିକଟରେ ରହୁଥିଲା । ଦୀର୍ଘ ଦିନ ଧରି ପାରିବାରିକ ଝଗଡ଼ା ଲାଗି ରହିଥିଲା । ଏଥିପାଇଁ ବୁଧାରାମଙ୍କ ପୁଅ ପୁଣିଥରେ ପାକିସ୍ତାନ ଚାଲି ଯାଇଥିଲେ ।ଯଦିଓ ପାରିବାରିକ ସମସ୍ୟାରୁ ସେମାନଙ୍କ ମୃତ୍ୟୁ ହୋଇଛି, ତଥାପି ଘର ମଧ୍ୟରେ ଝଗଡ଼ା ହେବାର କାରଣ ହେଉଛି ସେମାନଙ୍କ ଆର୍ଥିକ ସମସ୍ୟା । କିଛି ଦିନ ଧରି ଦୁଇ ପରିବାର ଯାଦୁ ଏବଂ ତନ୍ତ୍ର, ମନ୍ତ୍ର ମଧ୍ୟରେ ବୁଡ଼ି ରହୁଥିଲେ । ଏହି ଘଟଣାରେ ପୋଲିସ କାହାକୁ ଗିରଫ କରି ନାହିଁ । ପରିବାରର ବଂଚି ଯାଇଥିବା ପିଲା ଥାନାରେ ଏହି ଅଭିଯୋଗ କରିଛି । ଏହି ଘଟଣାକୁ ଗମ୍ଭୀରତାର ସହିତ ତଦନ୍ତ କରାଯିବ ବୋଲି କହିଛି ପୋଲିସ୍ । ତେବେ ପୋଷ୍ଟମର୍ଟମ ପରେ ସେମାନଙ୍କ ଶବ ସତ୍କାର କରାଗଲା । କହିରଖୁଛୁ ସମସ୍ତଙ୍କର କୋଭିଡ-୧୯ ପରୀକ୍ଷଣ ହୋଇଥିଲା ଏବଂ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

Leave a Reply