IFS ଅଭୟକାନ୍ତ ପାଠକ ଭିଜିଲାନ୍ସ ଚଢାଉ ପ୍ରସଙ୍ଗ: ୨ୟ ଦିନରେ ମିଳିଛି ଅଧା କିଲୋରୁ ଅଧିକ ସୁନା, ଡ୍ରାଇଭର ଘରୁ ୨୦ ଲକ୍ଷ

ଭୁବନେଶ୍ୱର: ଯେତେ ଖୋଳିଲେ ସେତେ ବାହାରୁଛି ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତି । ୨ୟ ଦିନରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨ଟି ସ୍ଥାନରେ ରେଡ୍ ଚାଲିଛି । ପାଠକଙ୍କ ସରକାରୀ ବାସଭବନରେ ରାତିସାରା ଛାନ୍‌ବିନ୍ କରିଥିଲା ଭିଜିଲାନ୍ସ। ଅଫିସରୁ ମିଳିଲା ୧୦ରୁ ଅଧିକ ଫ୍ଲାଇଟ୍ ଟିକେଟ  । ଗତକାଲି ଠାରୁ ରେଡ୍ ଜାରି ରହିଛି ।

ମୁମ୍ବାଇରେ ରହୁଥିବା ତାଙ୍କ ପୁଅ ଘରେ ବି ରେଡ୍ ଚାଲୁଛି । ତାଙ୍କୁ ଆଜି ମୁମ୍ୱାଇରୁ ଓଡ଼ିଶା ଅଣାଯାଉଛି । ଆଜି ସକାଳୁ ପ୍ରାୟ ଅଧ କିଲୋରୁ ଅଧିକ ସୁନା ଠାବ ହୋଇଛି । ସେହିଭଳି ପାଠକଙ୍କ ଡ୍ରାଇଭର ପାଖରୁ ପୋଲିସ ଯୁମାରତଙ୍କ ଘରୁ ପୋଲିସ ୨୦ ଲକ୍ଷ ଟଙ୍କା ଜବତ କରିଛି । ଡ୍ରାଇଭରକୁ ଏବେ ପଚରାଉଚରା ଚାଲିଥିବା ବେଳେ ଆହୁରି ଅନେକ କଳାଧନର ସୁରାଗ ମିଳିପାରେ ବୋଲି ସୂଚନା ମିଳୁଛି ।

ଡ୍ରାଇଭରକୁ ପୋଲିସ ତାଙ୍କ ପିପିଲି ବାସଭବନରେ ଠାବ କରିଥିଲା । ସେହିଭଳି ପାଠକଙ୍କ ସରକାରୀ ବାସଭବନରୁ ମଧ୍ୟ ୮ ଲକ୍ଷ ଟଙ୍କାର ନଗଦ ରାଶି ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଅଭୟକାନ୍ତ ପାଠକଙ୍କୁ ଏବେ ବି ତାଙ୍କ ସରକାରୀ ବାସଭବନରେ ପଚରାଉଚରା ଜାରି ରହିଛି । ଭିଜିଲାନ୍ସ ତାଙ୍କ ବୟାନ ରେକର୍ଡ କରୁଛି ।

Leave a Reply