ବୈଜ୍ଞାନିକଙ୍କ ନୂଆ ତଥ୍ୟ – ୭ ନୁହେଁ ଅଛି ୮ଟି ମହାଦେଶ, ଜାଣନ୍ତୁ କୋଉଠି ଅଛି ଅଷ୍ଟମ ମହାଦେଶ…

1 min read
Data related to 8th continent is being revealed.

ବିଶ୍ୱରେ ୭ ନୁହେଁ ବରଂ ୮ଟି ମହାଦେଶ ଅଛି  । ଏହି ଅଷ୍ଟମ ମହାଦେଶଟି ସମୟ କ୍ରମେ ସମୁଦ୍ର ଜଳରାଶିରେ ବିଲୀନ ହୋଇଯାଇଛି । ମାତ୍ର ଏବେ ମଧ୍ୟ ତାହାର ଅବସ୍ଥିତି ଗଭୀର ସମୁଦ୍ର ମଧ୍ୟରେ ରହିଛି । ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ଭାଗରେ ନ୍ୟୁଜିଲାଣ୍ଡର ଉପର ଭାଗରେ ଏହି ମହାଦେଶର ଅବସ୍ଥିତି ଥିଲା ବୋଲି ଜଣାପଡିଛି ।

ତେବେ ପ୍ଲେଟ୍ ଟେକଟନିକ୍ ପ୍ରକ୍ରିୟାରେ ଗୋଟିଏ ଭୂଖଣ୍ଡ ଅନ୍ୟ ଏକ ଭୂଖଣ୍ଡ ସହ ମାଡ଼ ହେବା ଫଳରେ ଗୋଟିଏ ଭୂଖଣ୍ଡ ନିମ୍ନଗାମୀ ଓ ଅନ୍ୟଟି ଊର୍ଦ୍ଧ୍ୱଗାମୀ ହୁଏ । ଘର୍ଷଣ ପରେ ଏହି ମହାଦେଶ ନିମ୍ନଗାମୀ ହୋଇଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ତେବେ ଏହାର କ୍ଷେତ୍ରଫଳ ୫୦ ଲକ୍ଷ ବର୍ଗ କିଲୋମିଟର ଓ ଏହା ଭାରତର କ୍ଷେତ୍ରଫଳଠାରୁ ୧୭ ଲକ୍ଷ ବର୍ଗ କିଲୋମିଟର ଅଧିକ ବୋଲି ଜାଣିବାକୁ ମିଳିଛି । ବୈଜ୍ଞାନିକମାନେ ଏହାର ନୂଆ ନକ୍ସା ଜାରି କରିବା ସହ ଏହା ପୂର୍ବ ଅବସ୍ଥିତ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ମହାଦେଶଟିର ନାମ ଜିଲେଣ୍ଡିଆ ରଖାଯାଇଛି । ପାଖାପାଖି ୨ କୋଟି ୩୦ ଲକ୍ଷ ବର୍ଷ ପୂର୍ବେ ଏହି ଭୂଖଣ୍ଡ ସମୁଦ୍ର ଗର୍ଭରେ ଲୀନ ହୋଇଥିଲା । ସେହିଭଳି ୭ କୋଟି ୯୦ ଲକ୍ଷ ବର୍ଷ ତଳେ ସୁପର କଣ୍ଟିନେଣ୍ଟ ଗଣ୍ଡଓ୍ୱାନାଲ୍ୟାଣ୍ଡଠାରୁ ଅଲଗା ହୋଇ ଜିଲେଣ୍ଡିଆ ଏକ ସ୍ୱତନ୍ତ୍ର ଭୂଖଣ୍ଡରେ ପରିଣତ ହୋଇଥିଲା । ଗଲା ତିନି ବର୍ଷ ହେବ ଏହି ମହାଦେଶକୁ ନେଇ ସୂଚନା ଏକାଠି କରାଯାଉଥିବେ ବେଳେ ଏବେ ବୈଜ୍ଞାନିକମାନେ ଏହାର ମ୍ୟାପ୍ ଜାରି କରିଛନ୍ତି । ବିଗତ ଦିନରେ ଏହାର ଅବସ୍ଥିତି କିଭଳି ଥିଲା ସେ ନେଇ ସବିଶେଷ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଏଯାବତ୍ ଚାଲୁ ରହିଛି ।

ତେବେ ଏହି ନୂଆ ମହାଦେଶ ସମ୍ୱନ୍ଧୀତ ନକ୍ସା ଓ ସୂଚନା ଏକାଠି କରିବାରେ ନ୍ୟୁଜିଲାଣ୍ଡର ଜିଓଲୋଜିଷ୍ଟ ନିକ୍ ମୋରାଟାଇମର୍ ପ୍ରମୁଖ ଭୂମିକା ନେଇଛନ୍ତି । ନିକ୍ ନ୍ୟୁଜିଲ୍ୟାଣ୍ଡର ଅନୁସନ୍ଧାନ ସଂସ୍ଥା(ଜିଏନଏସ)ରେ କାର୍ଯ୍ୟରତ ଅଛନ୍ତି । ତେବେ ଜିଏନ୍‌ଏସ୍‌ ବିଦ୍ଧିବଦ୍ଧ ଭାବେ ୮ମ ମହାଦେଶ ନେଇ ସୂଚନା ଓ ନକ୍ସା ଜାରି କରିସାରିବା ପରେ ନିକ୍ କହିଛନ୍ତି ଯେ, ଏହି ନକ୍ସା ଆମକୁ ଦୁନିଁଆ ବିଷୟରେ ଜାଣିବାକୁ ସୁଯୋଗ ଦେଉଛି । ଏହା ଖାସ୍ ଅଟେ । ଏହାକୁ ଏକ ବୈଜ୍ଞାନିକ ଉପଲବ୍ଧି ଭାବେ ବିଚାର କରାଯାଇପାରିବ । ତେବେ ଏହି ମହାଦେଶ ସମ୍ପର୍କରେ ଚର୍ଚ୍ଚା ୧୯୯୫ ମସିହାରୁ ହେଉଥିବା ବେଳେ ୨୦୧୭ରେ ଏହାକୁ ମାନ୍ୟତା ଦିଆଗଲା ।

Leave a Reply