ବାଟ ଓଗାଳିଛି ପଦ୍ମାବତୀ, ଶହେ ଫୁଟ୍ ଉପରେ ନିଇତି ଝୁଲୁଛି ଭାଗ୍ୟ

1 min read

ଭଞ୍ଜନଗର: ଉପରେ ଆତଙ୍କର ଆକାଶ, ତଳେ ଭରା ନଈର ଭୟ । ଯାତ୍ରାର ପାଦେ ପାଦେ ବିପଦ । ୟା ଭିତରେ ପଦ୍ମାବତୀକୁ ପାର୍‌ କରିବାକୁ ଜୀବନ ଲାଗୁଛି ବାଜି । ମୃତ୍ୟୁ ସହ ଲଢ଼େଇ କରି ସ୍କୁଲ୍‌ରେ ପହଞ୍ଚୁଛନ୍ତି ଏ ପିଲାମାନେ । ଟିକେ ଭାରସାମ୍ୟ ହରାଇଲେ ମୃତ୍ୟୁ ସୁନିଶ୍ଚିତ । କାରଣ ଗୋଡ଼ ଖସିଗଲେ, ଏପଟେ ଚାହିଁ ବସିଛି କେନାଲ୍‌, ଆଉ ସେପଟେ ଆଁ କରି ରହିଛି ପଦ୍ମାବତୀର ଭଉଁରୀ । ନଦୀ ଉପରେ ପ୍ରାୟ ଶହେ ଫୁଟ୍‌ ଉଚ୍ଚରେ ନିର୍ମିତ ଫ୍ଲାଏ ଓଭର କେନାଲର ଗାର୍ଡ ୱାଲ୍‌ । ଯାହା ସାଜିଛି ଲୋକଙ୍କ ପାଇଁ ଲାଇଫ୍‌ଲାଇନ୍‌ । କାରଣ ଚଲାବାଟର ଏଠି ବିକଳ୍ପ ନାହିଁ ।ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଆମ୍ବିଳଆମ୍ବ ଓ ଆଉକିଛି ଗାଁ । ବାହାରକୁ ଯିବାକୁ ହେଲେ ବହୁ ଦୂର ବୁଲିବୁଲି ଯିବାକୁ ହେବ । ତେଣୁ ଗାଁ ପାଖ ପଦ୍ମାବତୀ ନଦୀ ଉପରେ ହରଭଙ୍ଗୀ ସେଚ ପ୍ରକଳ୍ପ ଦ୍ଵାରା ନିର୍ମିତ ଏହି କେନାଲର ଗାର୍ଡ ଉପରେ ସମସ୍ତେ ଯିବା ଆସିବା କରନ୍ତି । ପାଣି ନଥିବା ବେଳେ କେନାଲ ଭିତର ଗାର୍ଡ ୱାଲ୍‌ ତଳେ ମୁଣ୍ଡ ନୁଆଁଇ ଯିବା ଆସିବା କରି ହେବ । ପାଣି ଥିଲେ ଗାର୍ଡ ୱାଲ୍‌ ହିଁ ଭରସା ।ହୁଏତ ନୂଆ ପୋଲଟିଏ ନିର୍ମାଣ କରି ଦେଲେ ଏ ଗାଁ ଲୋକଙ୍କ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ଯଦି ସେତିକି ନହେଉଛି, କେନାଲ ଉପରେ କଂକ୍ରିଟ୍‌ ଢଳାଇ କରି ବାଡ଼ା ତିଆରି କରିଦେଲେ ମଧ୍ୟ ଜୀବନ ବଞ୍ଚିଯିବ। ହେଲେ ଏକଥା ବୁଝୁଛି କିଏ ?

https://www.facebook.com/nandighoshatv/videos/1256465164538958/

Leave a Reply