କଂଗ୍ରେସକୁ କଟାକ୍ଷ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଦାମ

Senior Politician Damodar Rout Reacts On PradeeP Arrest

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ କିଏ କେତେ ମାହିର୍ ? ଏ ପ୍ରସଙ୍ଗରେ ବରିଷ୍ଠ ନେତା ଦାମୋଦର ରାଉତ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଜାତୀୟ ସ୍ତରରେ ମହାମାରୀ କରୋନା ମୁକାବିଲା ପାଇଁ ହୋଇଥିବା ଲକଡାଉନ୍ ବିଫଳ ହୋଇଛି କହି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ତୀର ମାରିଥିବା ତାଙ୍କ ପଦାଙ୍କ ଅନୁକରଣ କରିଛନ୍ତି ପିସିସି ମୁଖିଆ । ରାହୁଲଙ୍କ ଢଙ୍ଗରେ ନିରଞ୍ଜନ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ।

ଭୂତାଣୁ ସଂକ୍ରମଣ ଯୋଗୁ ଦୁନିଆରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଛି । ଏତିକିବେଳେ ଦେଶରେ ଏବଂ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରାଜନୈତିକ ଛକ୍କା ମାରିବା ପାଇଁ ବ୍ୟାକୁଳ ହୋଇ ପଡ଼ିଥିବା ଦାମ କହିଛନ୍ତି । ମହାରାଷ୍ଟ୍ରରେ କରୋନା ସଂକ୍ରମଣ କେତେ ନିୟନ୍ତ୍ରିତ ଏବଂ ସେଠାରେ ସରକାରରେ ଭାଗୁଆଳି ଥିବା କଂଗ୍ରେସ ଭୂମିକାକୁ ନେଇ ଦାମ ପ୍ରଶ୍ନ ଉଠାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୋନା ସଂକ୍ରମଣର ପରିଚାଳନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ଏବଂ ଅନେକ ରାଜ୍ୟ ପ୍ରଶଂସା କରୁଛନ୍ତି ।  ଅନ୍ୟପଟେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କର ବନ୍ଧୁମାନେ ଏହାକୁ ବିଫଳ କହୁଥିବାରୁ ଦାମ ଜୋରଦାର ବର୍ଷିଛନ୍ତି ।

ଦାମ କହିଛନ୍ତି, ନିରଞ୍ଜନ ଓ ତାଙ୍କର ବନ୍ଧୁ କୁହନ୍ତୁ ରାଜ୍ୟ ସରକାର କି ପ୍ରକାର ପଦକ୍ଷେପ ନେଲେ ସଂକ୍ରମଣ ଜନିତ ସଫଳତା ମିଳିବ । ସେଥିପାଇଁ ୧୯୯୯ ମସିହା ମହାବାତ୍ୟା ଅନୁଭୂତିରୁ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ପରାମର୍ଶ ଦେଲେ ଭଲ ହୁଅନ୍ତା ।

ବିପର୍ଯ୍ୟୟ ମୁକାବିଲାରେ ସୁପରମ୍ୟାନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave a Reply