ବୈଜୟନ୍ତଙ୍କୁ ଗିରଫ କରିବା ପାଇଁ ଦାବି କଲା ରାଷ୍ଟ୍ରୀୟ ଦଳିତ ମହାସଭା…

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ଓଟିଭି ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ଜାରି ରହିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଠିକା କର୍ମଚାରୀଙ୍କୁ ଗାଳି ଗୁଲଜ ଓ ହତ୍ୟା ଧମକ ନେଇ ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ଓଡ଼ିଶା ଇନଫ୍ରାଟେକ୍ ଗ୍ରୁପ୍ର ଦୁଇଜଣ କର୍ମଚାରୀ ଗିରଫ ହୋଇ ଜେଲ୍ ଯାଇଛନ୍ତି ।

ତଥାପି ଗୁଣ୍ଡାଗର୍ଦ୍ଦିର ପୁନରାବୃତ୍ତି ହୋଇଛି। ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ବାପା ଏବଂ ଭାଇ ଅସଭ୍ୟ ଭାଷାରେ ଗାଳି ସହ ଧମକ ଦେଇଥିବା ଅଭିଯୋଗ ହୋଇଛି । ତେବେ ଓଟିଭିର ଏଭଳି ଆଚରଣକୁ ରାଷ୍ଟ୍ରୀୟ ଦଳିତ ମହାସଭାର ରାଜ୍ୟ ସଭାପତି ଅଶୋକ ମଲ୍ଲିକ୍ ବିରୋଧ କରିଛନ୍ତି । ସେ ଓଟିଭିକୁ କଡା ଭାଷାରେ ସମାଲୋଚନା କରି କହିଛନ୍ତି ଯେ, ଓଟିଭି ଦଳିତ କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି ତେଣୁ ସେମାନେ ଧାରଣାରେ ବସିଛନ୍ତି । ଆମେ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେଉଛୁ ।

ଆନ୍ଦୋଳନରେ ଆମ ଯୋଗଦାନ ମଧ୍ୟ ରହିବ । ଦଳିତଙ୍କ ଉପରେ ଓଟିଭି ଓ ବୈଜୟନ୍ତଙ୍କର ଏଭଳି କାର୍ଯ୍ୟକଳାପ ପାଇଁ ସଂସ୍ଥା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ତାଙ୍କୁ ଗିରଫ କରାଯାଉ । ଦଳିତଙ୍କ ଜମି ଫେରସ୍ତ ନହେଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ।

Leave a Reply