ବେଙ୍ଗାଳୁରୁରେ ସିଲିଣ୍ଡର ବିସ୍ଫୋରଣ, ୩ ଓଡ଼ିଆ ମୃତ

ବାଲିଗୁଡ଼ା: ଦାଦନ ଖଟିବାକୁ ଯାଇଥିଲେ, ସେଇଠି ଜୀବନ ଚାଲିଗଲା । ଦୁନିଆ ମହାମାରୀ ସହ ଯୁଝୁଥିବା ବେଳେ ବେଙ୍ଗାଳୁରୁରୁ ଆସିଛି ବଡ଼ ଖବର । ପେଟ ଚାଖଣ୍ଡକ ପାଇଁ ବାହାର ରାଜ୍ୟକୁ ଯାଇଥିବା ୩ ଜଣ ଦାଦନଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ରୋଷେଇ ଗ୍ୟାସ ବିସ୍ଫୋରଣରୁ ଦାଦନ ଖଟିବାକୁ ଯାଇଥିବା କନ୍ଧମାଳ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗାହାକିଆ ଗାଁର ମମତା ପ୍ରଧାନ, କୋଟଗଡ଼ ବ୍ଲକ ଶ୍ରାମ୍ୱି ଗାଁର ଉଦାମ ପ୍ରଧାନ ଓ ଗାହାକିଆ ଗାଁର ବରଣୀ ପ୍ରଧାନ । ଅନ୍ୟ ୨ ଗୁରୁତର ଆହତ ହେଉଛନ୍ତି  ଅଞ୍ଜଳି ପ୍ରଧାନ ଓ ବିଷମକଟକ ଅଞ୍ଚଳର ରାଣୀ ଟିକ୍ରି । ଉଭୟ ଭିକ୍ଟୋରିଆ ମେମୋରିଆଲ ହସ୍ପିଟାରେ ଚିକିତ୍ସାଧୀନ ଅଛନ୍ତି ।

୫ ଜଣ ଯାକ କାମ କରିବାକୁ ବେଙ୍ଗାଳୁରୁ ଯାଇଥିଲେ । ଏମାନେ ଏକାଠି ଗୋଟିଏ ଘରେ ରହୁଥିଲେ । ହଠାତ୍ ରନ୍ଧନ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ଏଥିରେ ୫ ଜଣ ଯାକ ପୋଡ଼ି ହୋଇଯାଇଥିଲେ । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଚିକିତ୍ସା ଚାଲିଛି । ମୃତାହତ ଶ୍ରମିକ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାର ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ।

(ବାଲିଗୁଡ଼ାରୁ ବିପ୍ରଚରଣ ସାହୁ)

Leave a Reply