ଆରବସାଗରରେ ବଳ ଗୋଟାଉଛି ବାତ୍ୟା; ୩୬ ଘଣ୍ଟାରେ ଛୁଇଁପାରେ ସ୍ଥଳଭାଗ

1 min read

ନୂଆଦିଲ୍ଲୀ: ଟଳୁନି ବାତ୍ୟା ବିପଦ । ଗୋଟିଏ ପରେ ଗୋଟିଏ ବାତ୍ୟା ମୁହାଁଉଛି । ଆରବସାଗରରେ ପୁଣି ଥରେ ସୃଷ୍ଟି ହୋଇଛି ବାତ୍ୟା । ଗୋଟିଏ ସାମୁଦ୍ରିକ ଝଡ଼ର ରୂପ ନେଇଥିବା ବେଳେ ଅନ୍ୟଟି ଅବପାତରେ ପରିଣତ ହୋଇଛି । ଦକ୍ଷିଣ-ପଶ୍ଚିମ ଆରବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ପବନ’ ମାଡ଼ି ଆସୁଛି । ଘଣ୍ଟାପ୍ରତି ୧୫ କିମି ବେଗରେ ସମୁଦ୍ରରେ ଗତି କରୁଛି ବାତ୍ୟା ‘ପବନ’ ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏହା ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୟେମେନର ସୋକୋଟ୍ରା ଠାରୁ ୩୯୦ କିମି ଦୂରରେ ରହିଛି । ସୋମଲିଆର ବୋସାସୋ ଠାରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ୭୩୦ କିମି ଦୂରରେ ଅଛି ବାତ୍ୟା । ଆସନ୍ତାକାଲି ସକାଳେ ଏହା ସାଇକ୍ଲୋନିକ ଷ୍ଟର୍ମରୁ ଡିପ୍ ଡିପ୍ରେସନରେ ପରିଣତ ହୋଇପାରେ ।ଆଗାମୀ ୩୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ୭ ତାରିଖରେ ସୋମଲିଆ ତଟ ଛୁଇଁବ ବୋଲି ଅନୁମାନ କରାଯାଉଛି । ପ୍ରଭାବରେ ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହିପାରେ । ସେହିପରି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରୁଛି ।ଏହା ଏବେ ପଶ୍ଚିମ- ଦକ୍ଷିଣ ପଶ୍ଚିମ ଦିଗରେ ମୁମ୍ବାଇ ଠାରୁ ୭୫୦ କିମି ଦୂରରେ ଅଛି । ଅବପାତ ଲଘୁଚାପରେ ପରିଣତ ହୋଇପାରେ । ଫଳରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

 

Leave a Reply