ଏସଆରସିଙ୍କ ସୂଚନା, ସକାଳ ୧୦ଟାରୁ ୧୧ଟା ସୁଦ୍ଧା ଓଡ଼ିଶା ଅତିକ୍ରମ କରିବ ‘ବୁଲବୁଲ୍’

1 min read

ଭୁବନେଶ୍ୱର: ପାରାଦୀପ ଠାରୁ ଦକ୍ଷିଣ-ପୂର୍ବ ଦିଗରେ ପାଖାପାଖି ୧୪୦ କିମି ଦୂରରେ ଅଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବୁଲବୁଲ୍ । ଏବଂ ଏହା ଉତ୍ତର ଦିଗକୁ ଗତି କରୁଛି । ଆଉ କିଛି ସମୟ ପରେ ଏହା ବାଂଲାଦେଶ ଆଡ଼କୁ ମୁହାଁଇବ । ଏବେ ପୁରୀରେ ବର୍ଷା କି ପବନ ନାହିଁ । ଭୁବନେଶ୍ୱରରେ ୨୦ରୁ ୨୫ କିମି ବେଗରେ ପବନ ହେଉଛି । ସେମିତି ବର୍ଷା ବି ନଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।ଜଗତସିଂହପୁର ଜିଲ୍ଲାର ପାରାଦୀପରେ ବର୍ଷା ହେଉଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପବନର ମାତ୍ରା ଟିକେ ଅଧିକ ରହିଛି । ତେବେ ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାରେ ଅଧିକ ପବନ ଓ ବର୍ଷା ହେବାର ସମ୍ଭାବନା ନାହିଁ । ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିବା ଏସଆରସି କହିଛନ୍ତି । ଅନ୍ୟ ଜିଲ୍ଲାରେ ସେପରି କିଛି ପରିସ୍ଥିତି ଉପୁଜି ନାହିଁ । ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳ ମାନେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବେ ।ଭଦ୍ରକର ଧାମରା ଏବଂ ତାଳଚୁଆଁରେ ପଶ୍ଚିମବଙ୍ଗର ୫୦ଟି ବୋଟକୁ ଉଦ୍ଧାର କରାଯାଇଛି । ବୋଟର କ୍ରିଉ ମେମ୍ବରମାନଙ୍କୁ ଖାଦ୍ୟପେୟ ସାଙ୍ଗକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଘଣ୍ଟାକୁ ୨୧ କିମି ବେଗରେ ଅତିକ୍ରମ କରୁଛି ସାମୁଦ୍ରିକ ବାତ୍ୟା ବୁଲବୁଲ୍ । ସକାଳ ୧୦ଟାରୁ ୧୧ଟା ମଧ୍ୟରେ ବାତ୍ୟା ଓଡ଼ିଶା ଅତିକ୍ରମ କରିବ । ଓଡ଼ିଶା ପ୍ରତି ସେମିତି କିଛି ବିପଦ ନଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ।

  ')}

Leave a Reply