ଭାଙ୍ଗିଲା କଳିଙ୍ଗ ବାଲିଯାତ୍ରା ତୋରଣ, ୭୦ରୁ ୮୦ କିମି ବେଗରେ ବହୁଛି ପବନ

1 min read

ପାରାଦୀପ: ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ବୁଲବୁଲ୍’ ମାଡ଼ି ଆସୁଛି । ସମୁଦ୍ରରେ ଘଣ୍ଟା ପ୍ରତି ୨୧ କିମି ବେଗରେ ଅଗ୍ରସର ହେଉଥିବା ବୁଲବୁଲ୍’ ପାରାଦୀପରେ ତାର ପ୍ରକୋପ ଦେଖାଇଛି । ପାରାଦୀପ ଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୬୦ କିମି ଦୂରରେ ବାତ୍ୟା ଏବେ ଗତି କରୁଛି । ଏହା ପ୍ରଭାବରେ ପାରାଦୀପ ବେଳାଭୂମିରେ ୭୦ରୁ ୮୦ କିମି ବେଗରେ ପବନ ପ୍ରବାହିତ ହେଉଛି । ପବନରେ ମାଡ଼ରେ ଭାଙ୍ଗି ଯାଇଛି କଳିଙ୍ଗ ବାଲିଯାତ୍ରା ତୋରଣ । ଝିପିଝିପି ବର୍ଷା ମଧ୍ୟ ଲାଗି ରହିଛି ।

ଏବେ ବାତ୍ୟା ‘ବୁଲବୁଲ୍’ ସମୁଦ୍ରରେ ବେଗ ବଢ଼ାଉଥିବାରୁ ତାର ପ୍ରଭାବ କମିବ । ଏହା ୯ ତାରିଖ ସକାଳେ ଗତିପଥ ପରିବର୍ତ୍ତନ କରି ଉତ୍ତରପୂର୍ବ ଦିଗକୁ ଗତି କରିବ । ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଦେଇ ସୁନ୍ଦରବନରେ ବାତ୍ୟା ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି । ୯ ତାରିଖ ମଧ୍ୟରାତ୍ରିରେ ବାତ୍ୟା ଲ୍ୟାଣ୍ଡଫଲ କରିବାକୁ ଥିବାବେଳେ ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ଘଣ୍ଟାପ୍ରତି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।  ପାରାଦୀପ ଓ ଗୋପାଳପୁରରେ ଲାଗିଥିବା ଡପଲାର ୱେଦର ରାଡାରରୁ ବାତ୍ୟା ‘ବୁଲବୁଲ୍’କୁ ଟ୍ରାକ୍ କରାଯାଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

')}

Leave a Reply