ବିଜୁ ବାବୁଙ୍କ ଦୁଃସାହାସିକ କାର୍ଯ୍ୟକୁ ମନେପକାଇ କଟକରୁ ଆରମ୍ଭ ହେଲା ସାଇକେଲ ଶୋଭାଯାତ୍ରା

1 min read

କଟକ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ । ଏହି ଅବସରରେ ବିଜୁ ଛାତ୍ରଜନତା ଦଳ ଆୟୋଜନ କରିଛି ସାଇକେଲ ରାଲି । ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ଗଡ଼ିଲା ଶହ ଶହ ସାଇକେଲ । ହଜାର ହଜାର ଯୁବକ ଯୁବତୀ, ଛାତ୍ରଛାତ୍ରୀ ରାଲିରେ ସାମିଲ ।  ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳୀୟ ରାଜନେତା ଓ ବହୁ ବୁଦ୍ଧିଜୀବୀ ବି ରାଲିରେ ସାମିଲ ହୋଇଛନ୍ତି । ଆନନ୍ଦଭବନରୁ ରାଲି ବାହାରି ଯୋବ୍ରା-ଶିଖରପୁର-ପ୍ରେସ ଛକ-ଗୋପାଳପୁର-ନଖରା-ପଳାଶୁଣୀ-ରସୁଲଗଡ଼-ବାଣୀବିହାର-ରାମମନ୍ଦିର-ହାଉସିଂ ବୋର୍ଡ ଛକ- ପିଏମଜି-ଏଜି ଛକ ଦେଇ ବିମାନବନ୍ଦର ଯିବ । ୧୯୩୨ ମସିହାରେ କଟକରୁ ପେଶାଓ୍ବାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରା କରିଥିଲେ ବିଜୁ ପଟ୍ଟନାୟକ । ସେହି ମୁହୂର୍ତ୍ତକୁ ପୁଣି ଥରେ ଉଜ୍ଜୀବିତ କରିବା ପାଇଁ ବିଜୁ ଜନତା ଦଳ ଆୟୋଜନ କରିଛି ସାଇକେଲ ଶୋଭାଯାତ୍ରା । ସେପଟେ ଆଜିଠୁ ଅପ୍ରେଲ ୧୭ ତାରିଖ ଯାଏ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ସାରା ରାଜ୍ୟରେ ରକ୍ତଦାନ ଶିବିରର ଆୟୋଜନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ ।

ଅପରପକ୍ଷରେ ନୂତନ ଓଡ଼ିଶାର ବିଶ୍ବକର୍ମା ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳ କରୁଛନ୍ତି ରାଜ୍ୟ ସରକାର । ଏ ଅବସରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ୨୦୧୨ରୁ ମାର୍ଚ୍ଚ ୫ ତାରିଖକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳିନ କରିଆସୁଛନ୍ତି ।

Leave a Reply