ରାହୁଲଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ସେନା ସହ ବିଶ୍ୱାସଘାତକତା କରିଛନ୍ତି

ନୂଆଦିଲ୍ଲୀ: ଲଦାଖର ସ୍ଥିତିକୁ ନେଇ ଏବେ କଂଗ୍ରେସ ସକ୍ରିୟ ହୋଇ ଉଠିଛି । ଏଲ୍‌ଏସିରେ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି କଂଗ୍ରେସ୍‌ ନେତା ରାହୁଲ ଗାନ୍ଧି । ଏହା ପୂର୍ବରୁ ଟାର୍ଗେଟ କରି କହିଥିଲେ କି ମୋଦି ହେଉଛନ୍ତି ସରେଣ୍ଡର ମୋଦି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖରେ ସ୍ଥିତି ସମ୍ପର୍କିତ ଏକ ବିବୃତ୍ତିକୁ ନେଇ ରାହୁଲ ପୁଣି ଟାର୍ଗେଟ କରିଛନ୍ତି ।

ରାହୁଲ କହିଛନ୍ତି ଚୀନର ଏପରି ଗତିବିଧିକୁ କେନ୍ଦ୍ର ସରକାର ଚୀନର ପକ୍ଷନେଇ ଆମ ସେନା ପ୍ରତି ବିଶ୍ୱାସଘାତକତା କରିଛନ୍ତି । କଂଗ୍ରେସ ୱାର୍କିଂ କମିଟି ର ଏକ ବୈଠକରେ ସେ ଏହା ମଧ୍ୟ କହିଛନ୍ତି ଯେ ଗଲବାନ ଘାଟିରେ ଚୀନ୍ ସୈନିକମାନଙ୍କ ସହ ହିଂସାତ୍ମକ ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କ ବଳିଦାନ ବୃଥା ନହେଉ ।

ରାହୁଲ ଆରୋପ ଲଗାଇଛନ୍ତିକି ଚୀନ୍ ଆମ କ୍ଷେତ୍ରକୁ ଆସି ବହୁତ ସାବଧାନତାର ସହ ନିଜ ଅକ୍ତିଆରକୁ ନେଇଛି । ପ୍ରଧାନମନ୍ତ୍ରୀ ଚୀନ ସେନାର ଏଭଳି ଦୁଷ୍ଟାମିକୁ ସ୍ୱୀକାର କରି ଆମର ଯବାନଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ଏବଂ କହିଛନ୍ତି ଭାରତୀୟ କ୍ଷେତ୍ର ଚୀନର କବଜାରେ ନାହିଁ । ଏଭଳି କିଛି ମନ୍ତବ୍ୟ ଦେଇଁ ପୁଣି ଚର୍ଚ୍ଚକୁ ଆସିଛନ୍ତି ରାହୁଲ ।

Leave a Reply