୪ ଚୋର ସହ ଚୋରି ଗହଣା କିଣିଥିବା ବ୍ୟବସାୟୀ ଗିରଫ

Cuttack Police Arrested Five In Jewelry Loot Case 

କଟକ: ଜଗତପୁର ଆଇ.ବି ରୋଡରେ ଥିବା ବାସନ୍ତୀଦୁର୍ଗା ଜୁଏଲରୀ ସୋରୁମ ଚୋରି ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ । ଜୁଏଲାରୀ ଲୁଟ୍ ଘଟଣାରେ ପୋଲିସ ୪ ଜଣ ଚୋର ସହ ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ଏଥିସହ ପୋଲିସ ୨୫ କେଜି ୫୦୦ ଗ୍ରାମ୍ ରୂପା, ୩୮୫ ଗ୍ରାମ୍ ସୁନା, ୧୨ ହଜାର ୪ ଶହ ଟଙ୍କା, କାର, ୨ଟି ବାଇକ ଓ ୪ଟି ମୋବାଇଲ ଜବତ କରିଛି ।

Cuttack Police Arrested Five In Jewelry Loot Case 

ଗତ ୫ ତାରିଖରେ ଲୁଟେରା ବାସନ୍ତୀଦୁର୍ଗା ଜୁଏଲାରୀର ପଛପଟୁ ପଶି ଗହଣା ଚୋରି କରିନେଇଥିଲେ । ଦୋକାନରୁ ୩୫ କେଜି ରୂପା, ୪ ଶହ ଗ୍ରାମ ସୁନା ସହ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏତଲା ପରେ ଲୁଟର ତଦନ୍ତ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ । ଏଥିରେ ପୋଲିସକୁ ସଫଳତା ମିଳିଛି ।

Cuttack Police Arrested Five In Jewelry Loot Case 

ସାମ୍ବାଦିକ ସମ୍ମିଳନୀ କରି କଟକ ଡିସିପି ଲୁଟର ପର୍ଦ୍ଦାଫାସ୍ କରିଛନ୍ତି । ଲୁଟର ମୁଖ୍ୟ ଅଭିଯୁକ୍ତ ତପନ ସେଠୀକୁ ମଧ୍ୟ ପୋଲିସ ଗିରଫ କରିଛି । ଏମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି କମିଶନରେଟ୍ ପୋଲିସ ।

 

Leave a Reply