‘ସଂସଦ ରତ୍ନ’ ସମ୍ମାନ ପାଇବେ ଭର୍ତ୍ତୃହରି

 

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ‘ସଂସଦ ରତ୍ନ’ ପୁରସ୍କାର ପାଇବେ କଟକ ସାଂସଦ ଭର୍ତ୍ତୃହରି ମହତାବ । ତାଙ୍କ ସହିତ ଲୋକସଭାର ୮ ଏବଂ ରାଜ୍ୟସଭାର ୨ ଜଣ ସାଂସଦ ଚଳିତ ବର୍ଷ ପାଇଁ ସଂସଦ ରତ୍ନ ଆଓ୍ୱର୍ଡ ପାଇବେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ସେମାନେ ପୁରସ୍କୃତ ହେବେ । ୧୭ ତମ ଲୋକସଭାର ପ୍ରଥମ ବର୍ଷରେ ସେମାନଙ୍କ ପ୍ରଦର୍ଶନ ଆଧାରରେ ପୁରସ୍କୃତ ହେବେ । ଏନେଇ ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନ୍‌ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ।

ଉଲ୍ଲେଖ ଯୋଗ୍ୟ ଯେ,  ଭର୍ତ୍ତୃହରି ଲଗାତାର ୬ ଥର ସାଂସଦକୁ ନିର୍ବାଚିତ ହୋଇଛନ୍ତି । ୧୯୯୮, ୧୯୯୯,୨୦୦୪,୨୦୦୯,୨୦୧୪ ଓ ୨୦୧୯ରେ ସେ ସଂସଦକୁ ନିର୍ବାଚିତ ହୋଇଛନ୍ତି । ତେବେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମଙ୍କ ଆଗ୍ରହକ୍ରମେ ଗତ ୨୦୧୦ ଠାରୁ ସଂସଦରେ ଭଲ ପ୍ରଦର୍ଶନ କରିଥିବା ସଂସଦଙ୍କୁ ପ୍ରାଇମ୍‌ ପଏଣ୍ଟ ଫାଉଣ୍ଡେସନ୍‌ ସାଂସଦ ରତ୍ନ  ଆଓ୍ୱର୍ଡ ପ୍ରଦାନ କରିଆସୁଛି । ପ୍ରଥମଥର ପାଇଁ ଡ. କଲାମ୍‌ ହିଁ ୨୦୧୦ ମସିହାରେ ଏହାକୁ ଆରମ୍ଭ କରିଥିଲେ ।

Leave a Reply