ନକଲି ସାମଗ୍ରୀର ପେଣ୍ଠସ୍ଥଳ ଜଗତପୁର, ପୋକରା ଚାଉଳ ଗୁଣ୍ଡରେ ହେଉଥିଲା ହଳଦୀ, ଲଙ୍କାଗୁଣ୍ଡ..

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ ଜଗତପୁର । ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଉପରେ କମିଶନରେଟ୍ ପୋଲିସର ଚଢାଉ । ବିନା ଲାଇସେନ୍ସରେ ଚାଲୁଥିବା ନକଲି ମସଲା କାରଖାନା ଉପରେ ଚଢାଉ କରି ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କାଗୁଣ୍ଡ ଜବତ କରିଛି ପୋଲିସ ।

କଟକ ଜଗତପୁରରେ ଜଗନ୍ନାଥ ଇଣ୍ଡଷ୍ଟ୍ରି ମନ୍ଦିର ଲେବେଲ ନାମରେ ଅପମିଶ୍ରିତ ମସଲା ବିକ୍ରି କରାଯାଉଥିଲା । ଏହି ମସଲା କଟକ ମାଲ ଗୋଦାମ ସହତି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସପ୍ଲାଏ କରାଯାଉଥିଲା । ଖବର ପାଇ କମିଶନରେଟ୍ ପୋଲିସ ଉକ୍ତ ମସଲା ଇଣ୍ଡଷ୍ଟ୍ରିରେ ଚଢାଉ କରିଛି । ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ଅପମିଶ୍ରିତ ମସଲା ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ତେବେ ପୋଲିସ କହିବା ଅନୁଯାୟୀ, ଏହି ମସଲା କରାଖାନାରେ ଏକାଧିକ ବ୍ୟକ୍ତଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି ।

ହଳଦୀ ଓ ଲଙ୍କା ଗୁଣ୍ଡରେ ଅପମିଶ୍ରଣ କରାଯାଉଥିବା ବହୁ ରଙ୍ଗ ଓ କେମିକାଲ ଜବତ ହୋଇଛି । କାରଖାନାରେ ନିମ୍ନମାନର ଖଣ୍ଡ ହଳଦୀ ସହ ପୋକରା ଅରୁଆ ଚାଉଳ ଖୁଦର ଗୁଣ୍ଡ ଓ ଅଟା ମିଶାଇ ହଳଦୀ ପ୍ରସ୍ତୁତ କରାଯାଇଥିଲା । ନିମ୍ନମାନର ଚାଉଳ ଗୁଣ୍ଡ ସହ ଅଳ୍ପ କିଛି ଶୁଖିଲା ଲଙ୍କା ସହ ଲାଲ୍ ରଙ୍ଗ ଏବଂ କେମିକାଲ ମିଶାଇ ଲଙ୍କାଗୁଣ୍ଡ ପ୍ରସ୍ତୁତ ହେଉଥିଲା ।

Leave a Reply