ସିଆରପି ଛକରେ ହତ୍ୟାକାରୀଙ୍କୁ ମାଡ଼ ମାରିଥିବା ୫ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକ ଟୁକୁନା ଦାସ ହତ୍ୟାକାଣ୍ଡ ଘଟଣା । ବିଚ୍ ରାସ୍ତାରେ ହତ୍ୟାକାରୀକୁ ମାଡ଼ ମାରିବା ଓ ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛି ପୋଲିସ । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ନୟାପଲି ଥାନା ପୋଲିସ । ଗତାକଲି ହତ୍ୟାକରୀ ସୁଧୀର ଓ ସାଗର ଖସି ଯାଉଥିବା ବେଳେ ନିର୍ଦ୍ଧୁମ ଛେଚି ଥିଲେ ସ୍ଥାନୀୟ ଲୋକ । କେବଳ ସେତିକି ନୁହେଁ ହାତ୍ୟାକାରୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ପିସିଆର ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ତେବେ ଭିଡ଼ିଓ ଫୁଟେଜକୁ ଆଧାର କରି ସେମାନଙ୍କୁ ଚିହ୍ନଟ କରୁଛି ପୋଲିସ ।

ଶନିବାର ଦିନ ଦ୍ୱିପ୍ରହରରେ, ରାଜଧାନୀର ବିଚ୍ ରାସ୍ତାରେ ହତ୍ୟାକାଣ୍ଡ ପୂରା ରାଜଧାନୀକୁ ଦୋହଲାଇ ଦେଇଥିଲା । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରେସମିଟରେ ବିସ୍ତୃତ ତଥ୍ୟ ଦେଇଥିଲେ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି । ସାଲିଆସାହିର ସୁଧୀର ପୃଷ୍ଟି, ସାଗର ପୃଷ୍ଟି ଏବଂ ଟୁକୁନା ଦାସଙ୍କ ମଧ୍ୟରେ ଦୀର୍ଘଦିନରୁ ଶତ୍ରୁତା ଥିଲା । ସୁଧୀର ଓ ସାଗରଙ୍କ ସହ ମୃତ ଟୁକୁନା ଦାସ ଓରଫ ଜଟଙ୍କ ଗତକାଲି ଝଗଡ଼ା ହୋଇଥିଲା ।

ସୁଧୀର ଓ ସାଗର ସେମାନଙ୍କ ଗାଡ଼ିରେ ସାଲିଆସାହି ଟାଙ୍କି ନିକଟରୁ ଟୁକୁନାଙ୍କୁ ଉଠାଇ ଆଣିଥିଲେ । ସିଆରପି ନିକଟରେ ଗାଡ଼ି ଅଟକାଇ ଛୁରୀରେ ଟୁକୁନାଙ୍କୁ ଆକ୍ରମଣ କରିଥିଲେ ସୁଧୀର ଓ ସାଗର । ଏହା ଦେଖି ସ୍ଥାନୀୟ ଲୋକ ପାଟିତୁଣ୍ଡ କରିଥିଲେ । ଶହେକୁ ଫୋନ୍ ପରେ କରିଥିଲେ ସ୍ଥାନୀୟ ଲୋକ । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଧୀର ଓ ସାଗରଙ୍କୁ ଉଦ୍ଧାର କରିଥିଲା । ଲୋକମାନେ ଉତ୍ତ୍ୟକ୍ତି ଥିଲେ । ପିସିଆର୍ ଉପରେ ଲୋକମାନେ ଆକ୍ରମଣ କରିଥିଲେ । ଏପରିକି ସୁଧୀର ଓ ସାଗରଙ୍କୁ ସେଇଠି ଦଣ୍ଡ ଲୋକମାନେ ଦଣ୍ଡ ଦେବେ ବୋଲି କହିଥିଲେ ।

Leave a Reply