ମାଛ ଧରୁ ଧରୁ ହଠାତ୍‌ ଜାଲରେ ପଡ଼ିଲା କୁମ୍ଭୀର, ଆଉ ତା’ ପରେ..

ନୂଆଦିଲ୍ଲୀ:   କେବେ କେବେ ମାଛ ଧରିବା ସମୟରେ ଜାଲରେ ଅନ୍ୟ କିଛି ଜୀବ ପଡ଼ିଯାଏ । ଯଦି ଜାଲରେ ମାଛ ପଡ଼ିବା ପରିବର୍ତ୍ତେ କଣ୍ଟାରେ କୁମ୍ଭୀର ଲାଗିଯାଏ, ତେବେ କ’ଣ ହେବ? ନିକଟରେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଘଟଣା ଉତ୍ତରପ୍ରଦେଶର ଫିରୋଜବାଦର । ଏଠାରେ ଜଣେ ଯୁବକ ମାଛ ଧରିବା ପାଇଁ ନିକଟସ୍ଥ ନଦୀକୁ ଯାଇଥିଲେ । କିନ୍ତୁ ତାଙ୍କ ସହିତ ଘଟିଛି ଅଜବ ଘଟଣା । ଜାଲରେ ମାଛ ପଡ଼ିବା ପରିବର୍ତ୍ତେ ଏକ କୁମ୍ଭୀର ପଡ଼ିଗଲା । ଯାହାପରେ ଜାଲର ଓଜନ ବଢିଗଲା । ଯେତେବେଳେ ସେ ଜାଲକୁ ଟାଣିଲେ ଜଣାପଡ଼ିଲାଯେ, ଜାଲରେ ମାଛ ନୁହେଁ ବରଂ ଥିଲା କୁମ୍ଭୀର ।

ଗଣମାଧ୍ୟମର ଖବର ଅନୁସାରେ ଘଟଣା ସାମ୍ନାକୁ ଆସିବା ପରେ ଆଖପାଖ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଗଲା । ପ୍ରଥମେ କୁମ୍ଭୀରକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେଲା, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଭୟ । ଯାହାଫଳରେ ରେସ୍କ୍ୟୁ ଦଳ ସହିତ ଯୋଗାଯୋଗ କଲେ ସ୍ଥାନୀୟ ଅଞ୍ଚଳର ଅଧିବାସୀ । ସୂଚନା ମିଳିବାମାତ୍ରେ ବଣ୍ୟଜୀବ ଏବଂ ଉତ୍ତରପ୍ରଦେଶର ବଣ୍ୟ ବିଭାଗ ଅଧିକାରୀ ସେଠାରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରି ଆଗ୍ରାର ଓ୍ୱାଇଲଡ ଲାଇଫ ଏସଓଏସ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏକ୍ସରେ କରିବା ପରେ ଜଣାପଡ଼ିଲା କୁମ୍ଭୀର ଶରୀରରେ ୩ ସେଣ୍ଟିମିଟରର ହୁକ ଲାଗି ରହିଥିଲା । ଓ୍ୱାଇଲଡ ଲାଇଫ ଏସଓଏସର ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଏହି କାରଣରୁ କୁମ୍ଭୀରର ମୃତ୍ୟୁ ହେବାର ସମ୍ଭାବନା ଥିଲା । ତେବେ ସର୍ଜରୀ ଏବଂ ଲେଜର ଥେରାପି ଦ୍ୱାରା ଉକ୍ତ ହୁକକୁ ବାହାର କରାଗଲା । ପରେ କୁମ୍ଭୀରକୁ ନିକଟସ୍ଥ ଚମ୍ବଲ ନଦୀରେ ଛାଡ଼ି ଦିଆଗଲା ।

Leave a Reply