ମୁଁ ଅପରାଧୀ, ସରେଣ୍ଡର କରିବା ପାଇଁ ଆସିଛି, ଗୁଳି ମାର ନାହିଁ

ସମ୍ଭଲ: ଉତ୍ତରପ୍ରଦେଶରେ ଅପରାଧକୁ ନେଇ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ପରେ ଅପରାଧୀଙ୍କ ମନରେ କୋକୁଆଭୟ ଖେଳିଯାଇଛି । ଯାହା ଅପରାଧୀକୁ ଅଧିକ ଡରାଉଛି ତାହା ହେଉଛି ଏନକାଉଣ୍ଟର । ଏହି କାରଣରୁ ଉତ୍ତରପ୍ରଦେଶରେ ଅପରାଧୀ ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କହୁଛନ୍ତି ।

ପୋଲିସର ତଦନ୍ତ ପରେ ମଧ୍ୟ ଉତ୍ତରପ୍ରଦେଶରେ ଅପରାଧ କମ୍ ‌ହେଉନାହିଁ । କିନ୍ତୁ ଅପରାଧୀଙ୍କ ମନରେ ଏନକାଉଣ୍ଟରକୁ ନେଇ ଡର ବସା ବାନ୍ଧିଲାଣି । ନିକଟରେ ଏହାକୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଅପରାଧୀ ଆତ୍ମସମର୍ପଣ କରିବାକୁ ପହଞ୍ଚିଥିଲା । ଯାହା ଏବେ ଚର୍ଚ୍ଚାର ବିଷୟ ସାଜିଛି । ତେବେ ବ୍ୟକ୍ତି ଜଣକ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ସମସ୍ତେ ତାଙ୍କ ଆଡ଼କୁ ଚାହିଁ ରହିଥିଲେ ।


ସୂଚନା ଅନୁସାରେ ମାମଲା ସମ୍ଭଲ ଜିଲ୍ଲାର ନଖାସା ପୋଲିସ ଷ୍ଟେସନର । ଉକ୍ତ ଅପରାଧୀ ନାମରେ ୧୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଏହି କାରଣରୁ ସେ ଖୁବ ଡରିଯାଇଥିଲା । ତେଣୁ ସେ ଆତ୍ମସମର୍ପଣ କରିବା ପାଇଁ ନିଷ୍ପତ୍ତି ନେଲା, କିନ୍ତୁ ତା’ର ଉପାୟ ଥିଲା ଖୁବ ଭିନ୍ନ ।


ଫଟୋରେ ଆପଣ ଦେଖି ପାରୁଥିବେଯେ ବ୍ୟକ୍ତି ଜଣକ ଗଳାରେ ଏକ ବୋର୍ଡ଼ ଝୁଲାଇ ରାସ୍ତାରେ ଚାଲି ଚାଲି ଯାଉଛନ୍ତି , ଏବଂ ସେହି ବୋର୍ଡ଼ରେ ଲେଖା ହୋଇଛି କି, ମୁଁ ମୋ ଭୁଲ ସ୍ୱୀକାର କରୁଛି, ମୋତେ ଗୁଳି ମାରନାହିଁ,ମୁଁ ଆତ୍ମସମର୍ପଣ କରୁଛି ।  ପୋଲିସର କହିବା ଅନୁସାରେ ଅପରାଧୀକୁ ହେପାଜତରେ ନିଆଯାଇଛି । ଏହା ସହିତ ତଦନ୍ତ ଜାରି ରହିଛି ।

Leave a Reply