ବିଭ୍ରାନ୍ତିକର ଅଡିଓ ପ୍ରସାରଣ ମାମଲା: ରୁଜୁ ହେଲା ଅପରାଧିକ ମାନହାନି ମାମଲା

1 min read

ଭୁବନେଶ୍ୱର: ଓଟିଭି ବିରୋଧରେ ରୁଜୁ ହେଲା ଅପରାଧିକ ମାନହାନି ମାମଲା  । ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହୋଇଛି । ଖୋର୍ଦ୍ଧା SDJM କୋର୍ଟରେ ଅପରାଧିକ ମାନହାନି ମାମଲା ରୁଜୁ କରିଛନ୍ତି ହାଇଟେକ କର୍ତ୍ତୃପକ୍ଷ  । ହାଇଟେକ ମେଡିକାଲର CEO ଡାକ୍ତର ଭୀଷ୍ମ ପ୍ରସାଦ ରଥ ମାମଲା ରୁଜୁ କରିଛନ୍ତି  । ମାମଲାରେ ଓଟିଭି, ଓଟିଭି ବାର୍ତ୍ତା ସମ୍ପାଦକଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  । ଅନ୍ୟପଟେ ଗିରଫ ବିଶ୍ୱଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରାଙ୍କୁ ମିଳିଛି ଜାମିନ  । ଗତକାଲି କ୍ୟାପିଟାଲ ଥାନା ପୋଲିସ ତାଙ୍କୁ ରିମାଣ୍ଡରେ ନେଇଥିଲା  । ରିମାଣ୍ଡ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା  । ଦଶ ହଜାର ଟଙ୍କା ବଣ୍ଡ ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛି ଏସଡିଜେଏମ କୋର୍ଟ  ।

ଗତ ୬ ତାରିଖ ଦିନ ସଂପୃକ୍ତ ଚ୍ୟାନେଲରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ ଫୋନ କଥାବାର୍ତା ରେକର୍ଡିଂକୁ ପ୍ରସାରଣ କରାଯାଇଥିଲା । ଚ୍ୟାନେଲ୍ ଦ୍ୱାରା ପ୍ରସାରିତ ଖବରରେ ସଂପୃକ୍ତ ଅଜ୍ଞାତ ବ୍ୟକ୍ତି ଦ୍ୱୟ  ପଜିଟିଭ୍ ରିପୋର୍ଟ ନଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ହାଇଟେକ୍, କିମ୍‌ସ ଓ ସମ୍ ହସପିଟାଲକୁ ପଠାଯାଉଛି ।  ରୋଗୀଙ୍କୁ ଏସବୁ ହସପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍ ରହିଛି ।

ଏପରିକି ରୋଗୀଙ୍କ ପିଛା ଏନେଇ କେନ୍ଦ୍ର ସରକାରଙ୍କ ଠାରୁ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ବାବଦରେ ଆସୁଛି ଭଳି କଥା ହେଉଥିଲେ । ଯାହାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଉକ୍ତ ଚ୍ୟାନେଲ ଖବର ପ୍ରସାରଣ କରିଛି ବୋଲି ବିଏମସି ଅଭିଯୋଗ କରିଥିଲା । ଏଭଳି ଖବରକୁ ମିଥ୍ୟା ଓ ଭିତ୍ତିହୀନ କହିଥିଲା ବିଏମ୍‌ସି । ତଥ୍ୟ ଓ ପ୍ରମାଣକୁ ଯାଞ୍ଚ ନକରି ସଂପୃକ୍ତ ଚ୍ୟାନେଲ୍ ଗୋଟିଏ ପରେ ଗୋଟିଏ ଖବର ପ୍ରସାରଣ କରି ଚାଲୁଥିବାରୁ ବିଏମ୍‌ସି ବାଧ୍ୟ ହୋଇ ଥାନାରେ ଫେରାଦ୍ ହୋଇଥିଲା ।

 

Leave a Reply