ଟାଟାରେ ନିଯୁକ୍ତି ନାଁରେ ଠକେଇ ମାମଲା: ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

1 min read
Crime Branch Take Sarbeswar Rao In Two Days Remand On Tata Motors Fake Job Case

ଭୁବନେଶ୍ୱର: ଟାଟାରେ ନିଯୁକ୍ତି ନାଁରେ ଠକେଇ ମାମଲା । ରିମାଣ୍ଡରେ ଯିବେ ଗୋପାଳପୁର ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀଙ୍କ ଖାସ୍ ସହଯୋଗୀ ସର୍ବେଶ୍ବର ରାଓ । ଆଜିଠାରୁ ସର୍ବେଶ୍ବରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ  । ପାଠକ-ପାଣିଗ୍ରାହୀଙ୍କ ସହିତ ମିଶି ସର୍ବେଶ୍ବର କେମିତି ରଚୁଥିଲେ ଠକେଇର ଷଡଯନ୍ତ୍ର  ? ନିଯୁକ୍ତି ନାଁରେ କେତେ ଜଣଙ୍କ ଠାରୁ କରିଛନ୍ତି ଲୁଟ୍ ?  ଠକେଇରେ ପ୍ରଦୀପ ପାଣିଗ୍ରାହୀଙ୍କର କ’ଣ ଥିଲା ଭୂମିକା ?  କିପରି ଚାଲିଥିଲା ଫେକ୍ ରିକ୍ରୁଟମେଣ୍ଟ ଓ କ୍ୟାମ୍ପସ ସିଲେକ୍ସନ୍ ?  ଏଥିସହ ଠକେଇର ଶିକାର କେବଳ ୬୮ ଜଣ ହୋଇଛନ୍ତି ନା ଅଧିକ ହୋଇଛନ୍ତି ?  ସେ ନେଇ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । କେବଳ ସେତିତି ନୁହେଁ ଆକାଶ-ପ୍ରଦୀପ ରିମାଣ୍ଡରେ ଦେଇଥିବା ତଥ୍ୟକୁ ନେଇ ସର୍ବେଶ୍ବରଙ୍କୁ ତନାଘନା କରିବ କ୍ରାଇମବ୍ରାଞ୍ଚ ।

ସୂଚନା ଯୋଗ୍ୟ, ମିଡିଲ ମ୍ୟାନ୍ ସର୍ବେଶ୍ୱର ହେଉଛନ୍ତି ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ । ଗତ ୧୭ ତାରିଖରେ ଟାଟାରେ ନିଯୁକ୍ତି ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ଅନୁଯାୟୀ ପ୍ରଦୀପ-ପାଠକ ପାଇଁ ସେ ଶିକାର ଖୋଜୁଥିଲେ । ଆଉ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଟାଟାମୋଟର୍ସରେ ନିଯୁ୍କ୍ତି ଦେବେ କହି ଲୋକଙ୍କୁ ଲୁଟ କରୁଥିଲେ ।

ଏଥିସହିତ ପଢ଼ନ୍ତୁ: ଜେଲ୍‌ ଗଲେ ସର୍ବେଶ୍ୱର, ଏବେ ଝାରପଡ଼ାରେ ମିଡିଲ ମ୍ୟାନ୍‌ଙ୍କ ସହ ମାଷ୍ଟର ମାଇଣ୍ଡ

Leave a Reply