ପିସ୍ତଲ ଓ ରିଭଲଭର ସହ ଦୁଇ ବନ୍ଧୁକ ବେପାରୀ ଗିରଫ…

ଖୋର୍ଦ୍ଧା : କ୍ରାଇମବ୍ରାଞ୍ଚକୁ ଏକ ବଡ ସଫଳତା ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ଗିରଫ କରିଛି । ଏମାନଙ୍କଠାରୁ ୫ଟି ପିସ୍ତଲ, ୨ଟି ରିଭଲଭର ଓ ଗୋଟିଏ ଏୟାର ଗନ୍ ଓ ୧୨ ରାଉଣ୍ଡର ଗୁଳି ଜବତ ହୋଇଛି । ଗିରଫ ହୋଇଥିବା ବନ୍ଧୁକ ବେପାରୀଙ୍କ ନାମ ରାକେଶ ଜେନା ଓ ବିକାଶ ବେହେରା । ତେବେ ବନ୍ଧୁକ ବେପାରୀଙ୍କୁ ଠାବ କରିବା ପରେ ପୋଲିସ ନଜର ଏବେ ଏମାନଙ୍କ ସମ୍ପୂର୍ଣ୍ଣ ଗାଙ୍ଗ ଉପରେ ରହିଛି ।

ମୁଖ୍ୟତଃ ବନ୍ଧୁକ ବେପାରୀମାନେ କେଉଁଠାରୁ ଏଭଳି ମାରଣାତ୍ମକ ଅସ୍ତ୍ର ଆଣୁଛନ୍ତି ଓ ରାଜଧାନୀରେ ଏମାନଙ୍କ ଗ୍ରାହକ କିଏ ସେ  ଉପରେ ପୋଲିସର ତଦନ୍ତ ଜାରି ରହିଛି । ଆଗାମୀ ସମୟରେ ଏଭଳି ବନ୍ଧୁକ ବେପାରୀମାନଙ୍କୁ କାବୁ କରିବା ପାଇଁ ପୋଲିସ ସବୁ ପ୍ରକାର ପ୍ରୟାସ କରିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏସମ୍ୱର୍କିତ ସୂଚନା ଦେଇ କହିଛନ୍ତି ଯେ ସରକାର ଗିରଫ ହୋଇଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଜେରା କରିବା ପରେ ହିଁ ଏହି ଅପରାଧ ନେଇ ସବିଶେଷ ତଥ୍ୟ ମିଳିପାରିବ ।

Leave a Reply