କ୍ରାଇମବ୍ରାଞ୍ଚ ହାତକୁ ଗଲା ସାରୁଅ ଜମି କେଳେଙ୍କାରୀ ମାମଲା

ଖୋର୍ଦ୍ଧା: ସାରୁଅ ଜମି କେଳେଙ୍କାରୀ ମାମଲା, କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଅନୁସୂଚିତଙ୍କ ଜମି ହଡପ ନେଇ ୩ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ମାମଲାର ତଦନ୍ତ ଭାର ଯାଇଛି କ୍ରାଇମବ୍ରାଞ୍ଚ ହାତକୁ । ରବୀନ୍ଦ୍ର ସେଠୀଙ୍କ ଅଭିଯୋଗ ଆଧାରରେ ହୋଇଥିବା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

OTV Sarua Land Grabbing Case, Khordha District Administration Started Investigation

ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ ନାଁରେ ହୋଇଥିଲା ଜମି ହଡପ ମାମଲାର ତଦନ୍ତ ହେବ । ଓଡିଶା ଇନଫ୍ରେଟେକ୍ ହେଉଛି ଓଟିଭିର ଆଉ ଏକ ସଂସ୍ଥା । ହାଲୁରୀ ପାହାଡସିଂଙ୍କ ଠାରୁ ଜମି ହଡ଼ପ ଅଭିଯୋଗ ହୋଇଥିଲା । ରବୀନ୍ଦ୍ର ସେଠୀଙ୍କ ଜରିଆରେ ଆଇନ ଉଲ୍ଲ୍ଂଘନ କରି ଜମି କିଣାଯାଇଥିବା ସୂଚନା ମିଳିଥିଲା  । ତେବେ ରବିନ୍ଦ୍ର କୁମାର ପୂର୍ବରୁ ୨୦୦୫ରୁ ୨୦୧୯ପର୍ଯ୍ୟନ୍ତ ଓଟିଭିରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଏବଂ ତାଙ୍କର ମାସିକ ବେତନ ୫ହଜାରରୁ ୧୨ହଜାର ପର୍ଯ୍ୟନ୍ତ ମାସକୁ ବଢାଇଯାଇଥିଲା । ତେବେ ତାଙ୍କ ନାଁରେ ହିଁ ସାରୁଅରେ ସବୁ ଜମିକୁ କିଣାଯାଇଥିଲା । ଏହାସହ ତାଙ୍କ ମାଧ୍ୟମରେ ହିଁ ସାରୁଅରେ ଅନୁସୂଚୀଙ୍କଠାରୁ ଜମି ହଡ଼ପ କରାଯାଇଥିବା ଜଣାପଡିଛି ।

ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ହାତକୁ ନେବା ପରେ ଅଭିଯୋଗକାରୀଙ୍କୁ ଆଶ୍ୱସ୍ତି ମିଳିବ ।  ପ୍ରଥମରୁ ଖୋର୍ଦ୍ଧା ଜିଲ୍ଲାପାଳ ଯେଉଁ ପ୍ରାଥମିକ ତଦନ୍ତ କରିଥିଲେ ସେଥିରେ ସ୍ପଷ୍ଟ ହୋଇଥିଲା ଯେ, ଓଟିଭି କର୍ତ୍ତୃପକ୍ଷ ବେଆଇନ ଭାବେ ଅନୁସୂଚୀତ ଜାତିବର୍ଗର ଲୋକଙ୍କୁ ଠକି ଧମକାଇ ସେମାନଙ୍କଠାରୁ ଜମି ହଡପ କରିଛନ୍ତି । ଉକ୍ତ ଜମିରେ ସେଠାରେ ପାଚେରି କରିଛନ୍ତି ଯାହାଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ଯେଉଁମାନେ ଜମି ଦେଇନାହାଁନ୍ତି ସେମାନଙ୍କ ଜମିକୁ ସେମାନେ ଯାଇପାରୁ ନଥିବା ଏବଂ ଚାଷବାସ କରିପାରୁ ନଥିବା ଜଣାପଡ଼ିଥିଲା । ଯଦିଓ ପୂର୍ବରୁ ଏହି ଜମି ନେଇ ଓଟିଭି କର୍ତ୍ତୃପକ୍ଷ ବାରମ୍ବାର କହି ଆସୁଥିଲେ ଯେ ଜମି ମାମଲାରେ କାହାରିକୁ ଜୋର ଜବରଦସ୍ତ କରାଯାଇନାହିଁ କି କାହକୁ ଦମକ ମଧ୍ୟ ଦିଆଯାଇନାହିଁ ।

 

Leave a Reply