ପାଠକ ଚାକିରି ଜାଲିଆତିର ମଧ୍ୟସ୍ଥି ସର୍ବେଶ୍ୱର ରାଓଙ୍କୁ କ୍ରାଇମବ୍ରାଞ୍ଚର ମାରାଥନ ଜେରା

1 min read

ଭୁବନେଶ୍ୱର: ଜୁନିଅର ପାଠକଙ୍କ ସହ ଚାକିରି ନାଁରେ ଠକେଇ ପ୍ରସଙ୍ଗ । ପ୍ରଦୀପ ପାଣିଗ୍ରାହୀଙ୍କ ପାଖଲୋକ ସର୍ବେଶ୍ୱର ରାଓଙ୍କୁ ଜେରା । ସର୍ବେଶ୍ୱର ରାଓଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ । ନିଯୁକ୍ତି ଜାଲିଆତିରେ ମଧ୍ୟସ୍ଥି ହୋଇଥିଲେ ସର୍ବେଶ୍ୱର । ଗିରଫ ଭୟରେ ଆତ୍ମଗୋପନ କରିଥିଲେ ସର୍ବେଶ୍ୱର । ଗିରଫ ହେବା ପରେ ଏବେ ପ୍ରଶ୍ନ ବାଣରେ ଘାଇଲା ହେଲେଣି । ସାଥି ହୋଇ ପ୍ଲାନ୍‌ କରି ଲୋକଙ୍କ ଠାରୁ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଜେରା ସମୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇବାକୁ ଚେଷ୍ଟା କରୁଛି ସିବି । ତେବେ ଆଗକୁ ସାମ୍ନାସାମ୍ନି ଜେରା ହୋଇପାରେ ବୋଲି ସୂଚନା ମିଳିଛି ।

ସେପଟେ ଆଜି ସରିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀହଙ୍କ ରିମାଣ୍ଡ। ୨ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଦୀପଙ୍କୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ।  ପ୍ରଦୀପଙ୍କୁ ୨ଦିନରେ ମାରାଥନ ଜେରା କରିଛନ୍ତି ତଦନ୍ତକାରୀ ଦଳ । ଆକଶଙ୍କୁ କୋର୍ଟରୁ ଆଣି ହାଜର କରିବା ପୂର୍ବରୁ ପିଟର ଦେଇଥିବା ତଥ୍ୟକୁ ନେଇ ପ୍ରଦୀପ ଓ ଆକାଶଙ୍କୁ ଦ୍ବିତୀୟ ଦିନରେ କ୍ରାଇମ୍‌ବ୍ରାଞ୍ଚ ରାଉଣ୍ଡଅପ୍ କରିଥିଲା । ସେପଟେ କ୍ରାଇମବ୍ରାଞ୍ଚର ଡିପ୍ ସ୍କାନରରେ ଅଛନ୍ତି ସର୍ବେଶ୍ୱର ରାଓ । ଆକାଶ-ପ୍ରଦୀପ ଠକେଇରେ ସର୍ବେଶ୍ୱର ଥିଲେ ମିଡିଲମ୍ୟାନ ।

ସର୍ବେଶ୍ୱରଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ସଂଗ୍ରହ କରିଛନ୍ତି ଜୁନିୟର ପାଠକ ଓ ପାଣିଗ୍ରାହୀ । ଓଡିଶା, ବିହାର ଛଡା ଆଉ କେଉଁଠୁ ଟଙ୍କା ଲୁଟିଛନ୍ତି ? ଆହୁରି କେତେ ଯୁବକଯୁବତୀ ଠକାମିର ଶିକାର ହୋଇଛନ୍ତି  ? ଠକେଇ ଟଙ୍କା କାହା ଆକାଉଣ୍ଟକୁ କେତେ କେତେ ଯାଇଛି  ? ଠକେଇ ଟଙ୍କା କେଉଁଠାରେ ବିନିଯୋଗ ହୋଇଛି  ? ଏହି ଟଙ୍କାରେ କୋଠା, ପ୍ଳଟ ଓ ଅନ୍ୟ ସାମଗ୍ରୀ କିଣାଯାଇଛି କି ?  ଯଦି କିଣାଯାଇଛି କାହା କାହା ନାଁରେ ରହିଛି ? ସେ ସବୁର ଖୋଳତାଡ କରୁଛି ଟିମ ।

Leave a Reply