ବାହାସ୍ଫୋଟ ମାରୁଥିଲେ, ବନ୍ଧାହେଲେ; ଆକାଶଙ୍କ ସହ ମିଶି ଠକେଇ ଅଭିଯୋଗରେ ପ୍ରଦୀପ ଗିରଫ

1 min read

ଭୁବନେଶ୍ୱର: ବାହାସ୍ଫୋଟ ମାରୁଥିଲେ, ବନ୍ଧାହେଲେ । ଜେରା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ୨ ଦିନ ଧରି ତନାଘନା କରୁଥିଲା । ଆଜି ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚର ସାଇବର ସେଲ୍ ପ୍ରଦୀପଙ୍କୁ ଜେରା ଲାଗି ବାସଭବନରୁ ସାଇବର ଥାନାକୁ ନେଇଥିଲା । ପଚରାଉଚରା ପରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ଗିରଫ କରିଛି ।

Crime Branch Arrested Gopalpur MLA Pradeep Panigrahi On Tata Motors Fake Job Case

ବେନାମୀ ଅର୍ଥ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ଆକାଶ ପାଠକଙ୍କ କାରବାରରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ଗିରଫ ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଲାଗିଛି । ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି ପ୍ରଦୀପଙ୍କ ବିରୋଧରେ । ଟାଟା ମୋଟର୍ସରେ ଚାକିରି ଲୋଭ ଦେଖାଇ ଭାବି ଜ୍ୱାଇଁଙ୍କ ସହ ମିଶି ପ୍ରଦୀପ ଠକିଥିବା ଅଭିଯୋଗ ହୋଇଥିଲା ।

Crime Branch Arrested Gopalpur MLA Pradeep Panigrahi On Tata Motors Fake Job Case

ପ୍ରଦୀପ ପାଣିଗ୍ରାହୀ ଅପରାଧିକ ଷଡ଼ଯନ୍ତ୍ର, ଠକେଇରେ ସାମିଲ ଥିବା ନେଇ ଅଭିଯୋଗ ରହିଛି । ଟାଟା ମୋଟର୍ସରେ ଚାକିରି କରାଇବା ନାଁରେ ଠକେଇ ମାମଲା ସାଇବର ଅପରାଧ ଅଟେ । ଏହି  ମାମଲାରେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ । ପୂର୍ବରୁ ଏହି ମାମଲାରେ ଭାବି ଜ୍ୱାଇଁ ଆକାଶ ପାଠକ ଗିରଫ ହୋଇଥିବା ବେଳେ ଏବେ ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀଙ୍କୁ ବାନ୍ଧିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆକାଶଙ୍କ ବାପା ଅଭୟକାନ୍ତ ପାଠକଙ୍କୁ ମଧ୍ୟ ପୂର୍ବରୁ ଗିରଫ କରିଛି । ଏବେ SIT ଗିରଫ ବାପ-ପୁଅଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି ।

ଏଥିସହ ପଢ଼ନ୍ତୁ- ଆକାଶଙ୍କ ଆକାଉଣ୍ଟରେ ୧୬.୦୫ କୋଟି ଟଙ୍କା ଜମା, ବ୍ରହ୍ମପୁର ଓ ବଲାଙ୍ଗିରରେ ବି ରହିଛି ଆକାଉଣ୍ଟ

Leave a Reply