ଧୋନିଙ୍କ ପ୍ରତିଭାକୁ ଦେଖି ବଦଳିଥିଲା ନିୟମ

1 min read

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର । ୨୩ ବର୍ଷ ବୟସରେ ଯାହାଙ୍କୁ ଟିମ୍ ଇଣ୍ଡିଆରୁ ମିଳିଥିଲା ଡାକରା । ଏହି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍  ଯିଏ କି ପଡ଼ିଆରେ କୌଣସି ମଉକାକୁ ଛାଡ଼ନ୍ତି ନାହିଁ ବରଂ ମନ ଜିତି ନିଅନ୍ତି । କ୍ୟାରିଅରର ପଞ୍ଚମ ଦିନିକିଆରେ ୧୪୮ ରନ୍ ଓ ପଞ୍ଚମ ଟେଷ୍ଟରେ ୧୪୮ ରନ୍ କରିଥିଲେ ।

ଭାରତର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିରୋଧରେ ଆରମ୍ଭରୁ ୨ଟି ଧୂଆଁଧାର ଶତକ କରିଥିଲେ । ଯିଏ କି ଆଗକୁ ଯାଇ ଟିମ୍ ଇଣ୍ଡିଆପ ଭବିଷ୍ୟତ ହୋଇଥିଲେ । ଆଇସିସିର ୩ଟି ଭିନ୍ନ ପ୍ରତିଯୋଗିତା ଜିତିଥିବା କ୍ୟାପଟେନ୍ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି । କ୍ୟାପଟେନ୍ କୁଲ୍ ନାମରେ ଖ୍ୟାତ ଧୋନିଙ୍କ ଆଜି ହେଉଛି ଜନ୍ମଦିନ । ସେ ଆଜି ୩୯ ବର୍ଷ ବୟସରେ ପାଦ ଥାପିଛନ୍ତି ।

ପ୍ରକୃତରେ, ବିସିସିଆଇର ପ୍ରତିଭା ଅନୁସନ୍ଧାନ ବିକାଶ ବିଭାଗର ଏକ ପ୍ରତିଯୋଗିତା ଥିଲା । ଯେଉଁଥିରେ ଧୋନିଙ୍କ ପ୍ରତିଭାକୁ ଦେଖି ପ୍ରୋଗ୍ରାମରେ ବୟସ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ କରାଯାଇଥିଲା । ଆସନ୍ତୁ ଜାଣିବା ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ବିଷୟରେ… ତିନି ବର୍ଷ ଭିତରେ ଧୋନି ଦିନିକିଆ ଓ ଟି-ଟ୍ୱେଣ୍ଟିର ଅଧିନାୟକ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ବିଶ୍ୱକପ୍ ଜିତିଥିଲା । ୨୦୦୮ରେ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ସିବି ସିରିଜ୍ ଫାଇନାଲ୍ ଜିତିଥିଲା ଭାରତ ।

ଏହା ପରେ ୨୦୦୮ରେ ଧୋନି ଟେଷ୍ଟ ଦଳର କ୍ୟାପଟେନ୍ ହୋଇଥିଲେ । ତାଙ୍କ ନେତୃତ୍ୱରେ ଦଳ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତି  ୨୦୦୯ ଡିସେମ୍ବରରେ ଭାରତ ଟେଷ୍ଟ କ୍ରିକେଟରେ ୧ ନମ୍ବର ହୋଇଥିଲା । ଧୋନିଙ୍କ ନେତୃତ୍ୱରେ ବିଜୟ ଦେଖିଥିବା ଭାରତୀୟ କ୍ରିକେଟ ଟିମ୍ ୨୦୧୧ ଓ ୨୦୧୨ରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମାଟିରେ ଲଗାତାର ୮ଟି ମ୍ୟାଚ୍ ହାରିବା ପରେ ଭାରତ ଟେଷ୍ଟ ରାଙ୍କିଂ ତାଲିକାରେ ତଳକୁ ଖସିଥିଲା ।

କିନ୍ତୁ, ଧୋନି ହାର୍ ମାନିବାକୁ ପ୍ରସ୍ତୁତ ନଥିଲେ । ୨୦୧୧ରେ ସେ ଭାରତକୁ ବିଶ୍ୱକପ୍ ଭେଟି ଦେଇଥିଲେ । ୨୦୧୩ରେ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁକୁ ୪-୦ରେ ପରାଜର ଦ୍ୱାର ଦେଖାଇଥିଲେ । ପୁଣି ସେହି ବର୍ଷ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫି ଜିତିବା ସହ ୨୦୧୪ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲେ ।

Leave a Reply