ଭେଣ୍ଟିଲେଟରରେ ପୂର୍ବ ଭାରତୀୟ କ୍ରିକେଟର ଚେତନ ଚୌହାନ୍

ପୂର୍ବ ଭାରତୀୟ କ୍ରିକେଟର ଚେତନ ଚୌହାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଗତ ମାସରେ ତାଙ୍କ ନିକଟରେ କରୋନା ପିଜିଟିଭ ଚିହ୍ନଟ ହୋଇଥିଲା । ଯାହା ଫଳରେ ତାଙ୍କୁ ଲକ୍ଷ୍ନୌରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶରୀରର କୌଣସି ଅଙ୍ଗ କାମ କରିବା ହଠାତ ବନ୍ଦ କରିଦେବାରୁ ତାଙ୍କୁ ଗୁରୁଗ୍ରାମରେ ଏକ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖା ଯାଇଛି ।

ଗତ ୧୨ ଜୁଲାଇକୁ କରୋନା ପରୀକ୍ଷଣରେ ପଜିଟିଭି ଚିହ୍ନଟ ହେବାରୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧି ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଗୁରୁଗ୍ରାମରେ ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି କରାଗଲା । ଡିଡିସିଏର ଜଣେ ଉଚ୍ଚ ଉଧିକାରୀଙ୍କ କହିବା ଅନୁସାରେ ପ୍ରଥମେ ଚେତନଙ୍କ କିଡନୀ କାମ କରିବା ବନ୍ଦ କରିଦେଲା ଏବଂ ପରେ କିଛି ଅଙ୍ଗ ମଧ୍ୟ କାମ କରିବା ବନ୍ଦ କରିଦେଲା ।
ଚେତନ ଭଗତ ଓ ସୁନିଲ ଗାଭାସ୍କରଙ୍କ ଯୋଡ଼ିକୁ ସମସ୍ତେ ବେଶ୍ ପସନ୍ଦ କରୁଥିଲେ । ଦୁଇଜଣ ମିଶି ଏକା ସାଙ୍ଗରେ ୩ ହଜାର ରନ କରିଥିଲେ । ୧୯୭୯ରେ ଏହି ଦୁଇ ଜଣ ୨୧୩ ରନ କରି ପାର୍ଟନରସିପ ରେକର୍ଡ଼ ଭାଙ୍ଗି ସେହି ସମୟରେ ଖୁବ ଚର୍ଚ୍ଚାକୁ ଆସିଥିଲେ । ୭୩ ବର୍ଷୀୟ ଚେତନ ୧୯୬୯ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଏବଂ ୧୯୭୮ରେ ଓ୍ୱାନଡେ କ୍ରିକେଟରେ ଡେବ୍ୟୁ କରିଥିଲେ । ଭାରତ ତରଫରୁ ସେ ୪୦ଟି ଟେଷ୍ଟ ଏବଂ ୭ଟି ଓ୍ୱାନ ଡେ ଖେଳିଛନ୍ତି । ୨ ହଜାରରୁ ଅଧିକ ରନ କରିବା ପରେ ମଧ୍ୟ ଚେତନଙ୍କୁ କୌଣସି ଶତକ ମିଳିନାହିଁ । କ୍ରିକେଟ ଇତିହାସରେ ଗୋଟିଏ ମଧ୍ୟ ଶତକ ଜିତି ନଥିବା ୨ ହଜାରରୁ ଅଧିକ ରନ କରିଥିବା ପ୍ରଥମ ଖେଳାଳୀ ଥିଲେ । ଇଣ୍ଟରନ୍ୟାସନାଲ ଓ୍ୱାନ ଡେ କ୍ରିକେଟରେ ତାଙ୍କ ନାମରେ ୧୫୩ ରନ ଅଛି ।

Leave a Reply