ବାରବାଟୀରେ ଲୁଟ୍ ଲୋ ଅଫର୍

1 min read

ଭୁବନେଶ୍ୱର: ପିଆଜର ଦରବୃଦ୍ଧିକୁ ନେଇ ଦେଶ ସାରା ଆକ୍ରୋଶ । ଆଉ ବାରବାଟୀରେ କ୍ରିକେଟପ୍ରେମୀ, ଖେଳାଳିଙ୍କୁ ଦେଖାଇଛନ୍ତି ପିଆଜ ଲୋଭ । ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ ବାହାରେ ଏମିତି ପୋଷ୍ଟର ଧରିଥିବା କିଛି କ୍ରିକେଟପ୍ରେମୀଙ୍କୁ ଦେଖିବାକୁ ମିଳିଛି । ଭାରତୀୟ ଜର୍ସି ପିନ୍ଧିଥିବା ଏହି ଯୁବକମାନେ ଖେଳାଳିଙ୍କୁ ପିଆଜ ଅଫର ଦେଇଛନ୍ତି ।ଏମାନଙ୍କ କହିବା କଥାହେଲା ପିଆଜର ଚଢ଼ା ଦାମକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଆଉ କ୍ରିଜରେ ଖେଳାଳି ଚାପଗ୍ରସ୍ତ ହୋଇ ଖେଳୁଛନ୍ତି । ତେଣୁ, ସେମାନଙ୍କୁ ଟିକେ ମୋଟିଭେଟ୍ କରିବା ପାଇଁ ପିଆଜକୁ ନେଇ ପ୍ଲାନିଂ କରିଛୁ । ମାନେ, ଗୋଟିଏ ଛକା ମାରିଲେ କେଜିଏ ପିଆଜ ଦିଆଯିବ ବୋଲି କହିଛନ୍ତି । ଏହାକୁ ନେଇ ବାରବାଟୀରେ ଖୁବ୍ ଚର୍ଚ୍ଚା ।

https://nandighoshatv.comindia-vs-west-indies-odi-today-in-barabati/

Leave a Reply