କ୍ରେନ୍-ବାଇକ୍ ଧକ୍କା, ଜଣେ ମୃତ, ଦୁଇ ଗୁରୁତର

1 min read

ବଲାଙ୍ଗିର: ବଲାଙ୍ଗିର ଦେଓଗାଁ-ତୁଷୁରା ରାସ୍ତାର ଡଙ୍ଗାପଥର ରେଳ ଫାଟକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କ୍ରେନ୍-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଥିବା ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ବଲାଙ୍ଗିରର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

 

ମୃତ ଯୁବକଙ୍କର ନାଁ ହେମନ୍ତ ମନହୀର ଓ ସେ ବଲାଙ୍ଗିର ସହରର ଇଛାପଡ଼ାର ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ  ଆଶିଷ ସାହୁ ଓ ସୁଶାନ୍ତ ମହାଳିଙ୍ଗଙ୍କ ଘର ମଧ୍ୟ ଇଚ୍ଛାପଡ଼ା । ଘଟଣା ସ୍ଥଳରେ ତୁଷୁରା ପୋଲିସ ପହଞ୍ଚି କ୍ରେନକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣାର ଶିକାର ହୋଇଥିବା ଯୁବକମାନେ ତୁଷୁରା ଅଞ୍ଚଳକୁ ରଙ୍ଗକାମ ପାଇଁ ଯାଇଥିଲେ । କାମ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । କ୍ଷତିପୂରଣ ଦାବି ନେଇ ଘଟଣା ସ୍ଥଳରେ ମୃତକର ସମ୍ପର୍କୀୟ ମାନେ ରାସ୍ତାରୋକ କରିଛନ୍ତି ।

Leave a Reply