ଯାତ୍ରା କଳାକାରଙ୍କ ମଧ୍ୟରେ ଫାଟ ! ରାଣୀ ପଣ୍ଡାଙ୍କ ନାଁରେ ମାମଲା ରୁଜୁ

Bapi Panda

ବାଲେଶ୍ୱର: ଯାତ୍ରା କଳାକାରଙ୍କ ମଧ୍ୟରେ ଫାଟ । ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ବିରୋଧରେ ଅଭିନେତା ବାପି ପଣ୍ଡାଙ୍କ ଅଭିଯୋଗ । ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଅପ୍‌ଲୋଡ଼ ନେଇ ମାମଲା ।

ବିବାଦୀୟ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ କଲେ ଯାତ୍ରା କଳାକାର ବାପି ପଣ୍ଡା । ବାପି ପଣ୍ଡାଙ୍କ ବିଷୟରେ ରାନୀ ପଣ୍ଡା ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ଦେଇ ଭିଡିଓ ଅପ୍‌ଲୋଡ କରିଛନ୍ତି । ଯାହା ଫଳରେ ତାଙ୍କ ସମ୍ମାନ ହାନୀ ହେବା ସହିତ ସାମାଜିକ ପ୍ରତିଷ୍ଠା ମଧ୍ୟ କ୍ଷୁର୍ଣ୍ଣ ହୋଇଥିବା ବାପି ପଣ୍ଡା ଦର୍ଶାଇଛନ୍ତି ।

Bapi Panda

ଏସମ୍ପର୍କରେ ଓକିଲ ବିଜୟ ପାଣିଗ୍ରାହୀଙ୍କ ମାଧ୍ୟମରେ ବାପି ପଣ୍ଡା ବାଲେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ରୁଜୁ କରିଛନ୍ତି । କୋର୍ଟ ଏହି ମାମଲାକୁ ଗ୍ରହଣ କରି ଟାଉନ୍‌ ଥାନା ପୋଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ରାନୀ ପଣ୍ଡାଙ୍କ ପ୍ରତିକ୍ରିୟା ଏବେ ସୁଦ୍ଧା ମିଳିନାହିଁ ।

Leave a Reply