ପ୍ରତି କୋଭିଡ୍ ସଂକ୍ରମିତଙ୍କ ପାଇଁ କେନ୍ଦ୍ର ଦେଉଛି ଦେଢ ଲକ୍ଷ ଟଙ୍କା,ଏହି ଦାବି ପଛର ସତ କ’ଣ ?

1 min read

ହ୍ୱାଟସଆପ୍ ବିଶ୍ୱବିଦ୍ୟାଳୟରେ ସକ୍ରିୟ ଥିବା ବିଶେଷଜ୍ଞ ମାନେ ଅନେକ ସମୟରେ ଏଭଳି ଖବର ନିଜ ବ୍ୟକ୍ତିଗତ ନ୍ୟୁଜ୍ ରୁମରେ ତିଆରି କରିଥାନ୍ତି ଯାହାର କୌଣସି ଭିତ୍ତିଭୂମି ନଥାଏ । ସେମାନଙ୍କ ମିଛ ମେସିନରୁ ବାହାରିଥିବା ଖବରକୁ ଫରୱାର୍ଡ ମାରି ଆମ୍ ଆଦାମୀ ପାଖରେ ପହଂଚାଇବାରେ ବିଲକୁଲ ହେଳା କରୁନଥିବା କିଛି ଲୋକ ଏଭଳି ଫେକ୍ ନ୍ୟୁଜ୍ ଫ୍ୟାକ୍ଟ୍ରିଙ୍କ ଜାଲରେ ପଡିଯାନ୍ତି । ବୁଝି ନସୁଝି ସେମାନେ ହ୍ୱାଟସଆପ୍ ମେସେଜକୁ ଦୁନିଆର ଏକମାତ୍ର ସତ୍ୟ ମନେ କରି ଆଗକୁ ଆହୁରି ଆଗକୁ ଫରୱାର୍ଡ ମାରିଚାଲନ୍ତି ।

କରୋନା କାଳରେ ଏବେ ସେଇଭଳି ଗୋଟିଏ ମେସେଜକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା । ଏହି ମେସେଜରେ ଦାବି କରାଯାଉଛି ଯେ,ପ୍ରତି କରୋନା ସଂକ୍ରମିତଙ୍କ ପାଇଁ ସ୍ଥାନୀୟ ମୁନିସନିପାଲ କର୍ପୋରେସନକୁ ଦେଢ ଲକ୍ଷ ଟଙ୍କା ମିଳୁଛି । ତେଣୁ ବିଭିନ୍ନ ରାଜ୍ୟର ମୁନିସିପାଲିଟି ଡାକ୍ତରଙ୍କ ସହ ମିଶି ଟାର୍ଗେଟ୍ ପୁରଣ କରୁଛନ୍ତି । ଯାହାକୁ ଟିକେ କାଶ,ଥଣ୍ଡ,ଜ୍ୱର ହେଉଛି ତାକୁ କୋଭିଡ୍ ସଂକ୍ରମିତ କହି ଧରି ନେଉଛନ୍ତି । ଏମିତି ସଂକ୍ରମିତଙ୍କ ସଂଖ୍ୟା ବଢାଇ ସେମାନେ ମୋଟା ଅଙ୍କର ଟଙ୍କା ଆୟ କରୁଛନ୍ତି ।

ହ୍ୱାଟସଆପ ବିଶ୍ୱବିଦ୍ୟାଳୟରୁ ବାହାରି ସାଧାରଣ ଲୋକଙ୍କ ହାତରୁ ଫରୱାର୍ଡ ହେଉଥିବା ଏହି ମେସେଜର ମୁଳ ଉଦ୍ଦେଷ୍ୟ ହେଉଛି ନୀରିହ ଆମ ଆଦମୀଙ୍କୁ ସତର୍କ କରିବା କେମିତି ସେମାନଙ୍କୁ କୋଭିଡ୍ ସଂକ୍ରମିତ କହି ରାଜ୍ୟ ସରକାରଙ୍କ ଗୋଟିଏ ବିଭାଗ ଅର୍ଥ ଅମଳ କରୁଛି  । ତଳେ ଦିଆଯାଇଥିବା ସେହିଭଳି ଗୋଟିଏ ମେସେଜ ଉପରେ ନଜର ପକାନ୍ତୁ । ବୁଝିଯିବେ ଘଟଣା  କ’ଣ  ।

viral

 ଦାବି କ’ଣ ?

ଦାବି ହେଉଛି ପ୍ରତି କରୋନା ସଂକ୍ରମିତଙ୍କ ପାଇଁ କେନ୍ଦ୍ର ମହାନଗର ନିଗମ ବା ନଗର ନିଗମକୁ ୧ଲକ୍ଷ ୫୦ ହଜାର ଟଙ୍କା ଦେଉଛି ।

ସତ କ’ଣ ?

ହି ଦାବି ସଂପୂର୍ଣ୍ଣ ମିଛ । କେନ୍ଦ୍ର ପ୍ରତି କରୋନା ସଂକ୍ରମିତଙ୍କ ପାଇଁ ଦେଢ ଲକ୍ଷ ଟଙ୍କା ଦେଉଥିବା ଦାବି ଗୋଟିଏ ବଡ ମିଛ । ଏନେଇ ଆପଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ୱେବସାଇଟକୁ ଯାଇ ତଥ୍ୟ ଖୋଜି ପାରିବେ

https://www.facebook.com/FreePressJournal/videos/588210525418619/

ଆପଣ କ’ଣ କରିବେ ?

ନବୁଝି ନସୁଝି ଏଭଳି ମିଥ୍ୟା ଖବରକୁ ଆଗକୁ ବଢାନ୍ତୁ ନାହିଁ । ଫରୱାର୍ଡ କରିବା ପୂର୍ବରୁ ସବୁ ଖବରର ସତ୍ୟାସତ୍ୟ ଅନୁସଂଧାନ କରନ୍ତୁ । ଏହା ବୁଝନ୍ତୁ ଯେ, ଦେଢ ଲକ୍ଷ ଟଙ୍କା କିଛି ଛୋଟ ଅଙ୍କ ନୁହେଁ । ଯେଉଁଠି କେନ୍ଦ୍ର କୃଷକଙ୍କୁ ବର୍ଷକୁ ୬  ହଜାର ଟଙ୍କା ଦେଉଛି,ସେଠି ଜଣେ କୋଭିଡ୍ ରୋଗୀଙ୍କ ପାଇଁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କେତେଦୁର ସମ୍ଭବ ? ଏହାବାଦ ଗୋଟିଏ ଛୋଟିଆ ହିସାବ କରନ୍ତୁ । ମୋବାଇଲର କାଲକୁଲେଟରକୁ ଯାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟାକୁ ଦେଢ ଲକ୍ଷ ସହ ଗୁଣନ କରନ୍ତୁ । ପ୍ରତି ରୋଗୀଙ୍କ ପିଛା ଯଦି କେନ୍ଦ୍ର ମହାନଗର ନିଗମଙ୍କୁ ଦେଢ ଲକ୍ଷ ଟଙ୍କା ଦେବ ତେବେ ଦେଶର ବଜେଟ୍ ଭୁଶୁଡି ପଡିବ ନାହିଁ କି ?

Leave a Reply