ରାଜ୍ୟରେ ଟିକାକରଣ ନେଇ ସରକାରଙ୍କ ପ୍ରସ୍ତୁତି, କୋଭିଡ ଯୋଦ୍ଧାଙ୍କୁ ମାଗଣାରେ ମିଳିବ କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ ମିଳିବ ମାଗଣା କରୋନା ଟିକା । ଜାନୁଆରୀ ମାସ ଶେଷ ସୁଦ୍ଧା ଟିକା ଆସିବାକୁ ଥିବା ବେଳେ ରାଜ୍ୟ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ଗାଇଡଲାଇନ ଅନୁସାରେ ଟିକା ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ରାଜ୍ୟର କରୋନା ଯୋଦ୍ଧାଙ୍କୁ ମିଳିବ ମାଗଣାରେ ଟିକା ।

୩ଟି ପର୍ଯ୍ୟାୟରେ ଯୋଦ୍ଧାଙ୍କୁ ମାଗଣା ଟିକା ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ‘ପ୍ରଥମେ କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମାଗଣାରେ ମିଳିବ ଟିକା । ‘ଦ୍ୱିତୀୟ ପର୍ଯ୍ୟାୟରେ କରୋନା ରୋଗୀଙ୍କୁ ଟିକା’ ମିଳିବ । ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ‘ତୃତୀୟ ପର୍ଯ୍ୟାୟ ସାଧାରଣଲୋକଙ୍କୁ ମିଳିବ ଟିକା’ ।

ଟିକାକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ  । ‘ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୨୦ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ଚିହ୍ନଟ କରାଯାଇଛି ।

Leave a Reply