କୋଭିଡ୍ ନିୟମ ପାଳନ ନକରି ରେଳ ଯାତ୍ରା କଲେ ଯାଇପାରନ୍ତି ଜେଲ୍

1 min read
Even If He Is Not Following The Rules Of Covid19

ନୂଆଦିଲ୍ଲୀ: ସଂକ୍ରମଣ ସହ ସବୁକିଛି ହୋଇଛି ସ୍ୱାଭାବିକ । ରାସ୍ତାରେ ଯାତ୍ରୀବାହୀ ଗାଡ଼ି ଗଡ଼ୁଛି, ଆକାଶରେ ଉଡ଼ୁଛି ବିମାନ । ଟ୍ରାକରେ ପୂର୍ବଭଳି ଟ୍ରେନ୍ ଚାଲୁଛି କିନ୍ତୁ ସୀମିତ ସଂଖ୍ୟାରେ । ସବୁକିଛି ପୂର୍ବଭଳି ସ୍ୱାଭାବିକ ହୋଇଥିବା ବେଳେ ସଂକ୍ରମଣ ରୋକିବାକୁ ନିର୍ଦ୍ଧାରିତ ହୋଇଛି କିଛି ନିୟମ । ଯେମିତି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା । କୋଭିଡ୍-୧୯ ସହ ଜଡ଼ିତ ନିୟମ ନମାନି ଟ୍ରେନରେ ଯାତ୍ରା କଲେ ଏହା ଆପଣଙ୍କୁ ମହଙ୍ଗା ପଡ଼ିପାରେ । ରେଳ ଆଇନର ବିଭିନ୍ନ ଧାରାରେ ରୁଜୁ ହୋଇପାରେ ମାମଲା ।

 Even If He Is Not Following The Rules Of Covid19

ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ଦେବା ସହିତ ଜେଲ୍ ବି ହୋଇପାରେ । ରେଳ ସୁରକ୍ଷା ବଳ (ଆରପିଏଫ୍) ବୁଧବାର ଏହି ସୂଚନା ଦେଇଛି । ଆଗକୁ ପାର୍ବଣ ଥିବାରୁ ଏଥିପାଇଁ ଆରପିଏଫ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ରେଲୱେ ପ୍ଲାଟଫର୍ମରୁ ଟ୍ରେନ ମଧ୍ୟରେ କଣ କରିବେ କଣ ନାହିଁ । ଯେମିତି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, କରୋନା ସଂକ୍ରମିତ ହୋଇଥିବା ସତ୍ତ୍ୱେ ଷ୍ଟେସନ ଆସିବା କିମ୍ବା ରେଳରେ ଚଢ଼ୁଥିଲେ ସାବଧାନ ରୁହନ୍ତୁ । ଯଦି ସର୍ବସାଧାରଣ ସ୍ଥାନରେ ଆପଣ ଛେପ ପକାଉଛନ୍ତି ତେବେ ସତର୍କ ରୁହନ୍ତୁ ।

 Even If He Is Not Following The Rules Of Covid19

ରେଳ ଷ୍ଟେସନ କିମ୍ବା ଟ୍ରେନରେ ଆବର୍ଜନ କରି ସଂକ୍ରମଣ ସୃଷ୍ଟି କରୁଥିଲେ ସାବଧାନ ରୁହନ୍ତୁ । ଏସବୁ କାର୍ଯ୍ୟକଳାପ ଉପରେ ନଜର ରଖିଛି ଆରପିଏଫ । ଏଭଳି କରୁଥିଲେ ରେଳ ଆଇନ୍ ଧାରା ୧୪୫, ୧୫୩ ଓ ୧୫୪ ଅନୁଯାୟୀ ଦଣ୍ଡିତ କରାଯିବ । ରେଳ ଆଇନ୍ ୧୪୫ (ନିଶାରେ ଥାଇ ଅଶାନ୍ତି ସୃଷ୍ଟି) ପ୍ରକାରେ ଏକ ମାସ ଜେଲ, ଧାରା ୧୫୩ (ଜାଣିଶୁଣ ଅନ୍ୟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା) ଜରିମାନା ସହିତ ୫ ବର୍ଷ ଜେଲ୍ ଓ ଧାରା ୧୫୪ (ବେପରୁଆ ଭାବେ ଅନ୍ୟ ଯାତ୍ରୀଙ୍କୁ ହାନି ପହଞ୍ଚାଇବା) ବର୍ଷେ ଜେଲ ଅଥବା ଜରିମାନା କିମ୍ବା ଉଭୟ ସଜ୍ଜା ଦିଆଯାଇପାରେ ।

Leave a Reply