WHO ମାନିଲା କରୋନା ପାଇଁ ଚୀନ୍ ଦାୟୀ ! ଜାଣନ୍ତୁ କେମିତି…

1 min read

ନୂଆଦିଲ୍ଲୀ: କରୋନାକୁ ନେଇ ହେଲା ବଡ଼ ଖୁଲାସା  । କରୋନାର ବିସ୍ତାର ପାଇଁ ଦେଶ ଦେଶ ମଧ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ସାମ୍ନାକୁ ଆସିଲା ଏହାକୁ ନେଇ ଏକ ବଡ଼ ଖବର । ବହୁଦିନର ଟଣା ଓଟରା ପରେ ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନିଲା ଯେ, କରୋନାର ପ୍ରସାର ପାଇଁ ଚୀନର ବଡ଼ ଭୂମିକା ଅଛି । WHO ଅନୁସାରେ ଚୀନର ଉହାନ ମାର୍କେଟ କରୋନା ଭାଇରସ୍ ପ୍ରସାରର ସବୁଠୁ ବଡ଼ କାରଣ ପାଲଟିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଖାଦ୍ୟ ନିରାପତ୍ତା ଜୁନାଟିକ୍ ଭାଇରସ୍ ବିଶେଷଜ୍ଞ ଡାକ୍ତର ପିଟର ବେନ୍ ଆମ୍ବ୍ରେକ୍ ଶୁକ୍ରବାର ଦିନ ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉହାନର ମାଂସ ମାର୍କେଟ କୋରନାକୁ ପ୍ରସାର କରିବାର ଏକ ବଡ଼ ଭୂମିକା ଗ୍ରହଣ କରିଛି, ଏହା ସ୍ପଷ୍ଟ କିନ୍ତୁ ଏହି ଦିଗରେ ଅଧିକ ଭୂମିକା କ’ଣ ? ସେଥିପାଇଁ ଅଧିକ ଅନୁସନ୍ଧାନର ଆବଶ୍ୟକତା ଅଛି ।  ଏହି ଭାଇରସ୍ ଏହି ସହରର ଅନ୍ୟ କୌଣସି ସ୍ଥାନରୁ ଆସିଛି କି ଏହି ମାଂସ ମାର୍କେଟରୁ  ଭାଇରସ୍ ବାହାରିଛି ତାହା ଜାଣିବାର ବିଷୟ । କିନ୍ତୁ ଏସବୁ ମଧ୍ୟରେ ପ୍ରଶ୍ନ ଉଠିଛି ଯେ, କରୋନା ଭାଇରସ ବିସ୍ତାର କରିବାରେ ସହର ଭୂମିକା କେତେ ଅଛି  ?

ଯଦିଓ ପିଟର ଆମେରିକାର ଅଭିଯୋଗକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । କିନ୍ତୁ ସେ କହିଛନ୍ତି ଯେ, ଏହା ଜାଣିବାକୁ ଏକ ବର୍ଷର ସମୟ ଲଗିଥିଲା ଯେ, ମର୍ସ(ମିଡିଲ୍ ଇଷ୍ଟ ରେସିପିରେଟଲ୍ ସିଣ୍ଡ୍ରୋମ)ର ଉତ୍ସ ଓଟ ବୋଲି । ସେହିପରି, କରୋନା ମାମଲାରେ ମଧ୍ୟ ବିଳମ୍ବ ହୋଇନାହିଁ । ଆମ ପାଇଁ ବର୍ତ୍ତମାନ ସବୁଠୁ ବଡ଼ କାମ ଭାଇରସର ବିସ୍ତାରକୁ ରୋକିବା । ମର୍ସ ଭାଇରସ୍ ୨୦୧୨ରେ ସାଉଦି ଆରବରେ ଜନ୍ମ ହୋଇ ମିଡ଼ିଲ ଇଷ୍ଟ ବା ମଧ୍ୟ ପୂର୍ବରେ ବ୍ୟାପି ଯାଇଥିଲା ।

ଚୀନ୍ ବିଷୟରେ କଥାବାର୍ତ୍ତା ବେଳେ ପିଟର ନିଶ୍ଚିତ ଭାବରେ କହିଛନ୍ତି ଯେ, ଯଦି ଆମେ ଅନୁସନ୍ଧାନ ବିଷୟରେ ଆଲୋଚନା କରିବା, ତେବେ ଚୀନ୍‌ର ଅନୁସନ୍ଧାନର ସମସ୍ତ ମାଧ୍ୟମ ରହିଛି  ଏବଂ ସେଠାରେ ଅନେକ ଯୋଗ୍ୟ ଅନୁସନ୍ଧାନକାରୀ ଅଛନ୍ତି । କିନ୍ତୁ ବେଳେବେଳେ ଗୋଷ୍ଠୀ ଏବଂ ଅନୁସନ୍ଧାନକାରୀଙ୍କ ସହ ଏବଂ ବିଶ୍ୱର ଲୋକଙ୍କ ସହ ବିଚାର ବିମର୍ଶ କରିବା ବହୁତ ଉପଯୋଗୀ ହୋଇଥାଏ । କାରଣ ସମାନ ସମସ୍ୟା ଉପରେ ସେମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟି ପାରିବେ ଯାହା ସମସ୍ୟାକୁ କେମିତି ସାମ୍ନା କରିବାକୁ ହେବ ତାହାର ନିଷ୍କର୍ଷ ବାହାରିବ ।

ଏଥି ସହିତ, ପିଟର ବିଶ୍ୱବ୍ୟାପୀ ମାଂସ ମାର୍କେଟ ପାଇଁ ନିୟମର ଆବଶ୍ୟକତା ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ପରିମଳ ସୁବିଧା ସୁଧାରିବା ଏବଂ କିଛିଟା ଜିନିଷକୁ  ବନ୍ଦ କରିବାର ମଧ୍ୟ ଆବଶ୍ୟକତା ରହିଛି । ପରିଚାଳନା, ଲୋକ, ଦ୍ରବ୍ୟର ଗତିବିଧି ଓ ଜିଅନ୍ତା ପଶୁମାନଙ୍କର ମାଂସ ବିଭିନ୍ନ ଉତ୍ପାଦଗୁଡିକ ଭିନ୍ନ ଭିନ୍ନ କରିବାର ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଚାଇନାର ଉହାନ୍ ମାଂସ ମାର୍କେଟ, ଯେଉଁଠାରୁ ଆରମ୍ଭରୁ କରୋନା ବିସ୍ତାର ହେବାର ସମ୍ଭାବନା ପ୍ରକାଶ ପାଇଥିଲା | ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଚୀନ୍ ଜାନୁଆରୀରେ ମାଂସ ମାର୍କେଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ବନ୍ୟଜନ୍ତୁଙ୍କ ଖାଦ୍ୟ ଭାବେ ବ୍ୟବହାର ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା।

ଏହା ମଧ୍ୟରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକି ପୋମ୍ପିୟୋ ପୁଣି କହିଲେ ଯେ, ଚୀନର ଉହାନ ମାର୍କେଟରୁ କରୋନା ଭାଇରସର ବିସ୍ତାର ହୋଇଛି । ଶୁକ୍ରବାର ଦିନ ପୋମ୍ପିଓ ଏକ ସାକ୍ଷାତକାରରେ କହିଛନ୍ତି ଯେ ଚୀନ୍ କରୋନା ବିଷୟରେ ତଥ୍ୟକୁ ସମଗ୍ର ବିଶ୍ୱରୁ ଲୁଚାଇ ରଖିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ମଧ୍ୟ କହିଛନ୍ତି ଯେ ସେ ଖୁବ ଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ନେଇ ଏକ ବଡ଼ ଘୋଷଣା କରାଯିବ । ଏହାପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚୀନ୍ ହାତର କଣ୍ଢେଇ ବୋଲି କହି ପାଣ୍ଠି ବନ୍ଦ କରି ଦେଇଛନ୍ତି। ଟ୍ରମ୍ପ ଲଗାତର ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ କରୋନାକୁ ନେଇ ଚୀନର ପକ୍ଷ ନେଉଥିବା ଅଭିଯୋଗ କରି ଆସିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍ ଆମେରିକା ସମେତ ସମଗ୍ର ବିଶ୍ୱକୁ କବଳିତ କରିଛି । ଏହି ମହାମାରୀ ଆମେରିକାର ଚିନ୍ତା ହଜାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୧୨ଲକ୍ଷରୁ ଅଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଥିବା ବେଳେ ୭୭ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

Leave a Reply