ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ୍ ବୈଠକ: ବଢିବ କରୋନା ଟେଷ୍ଟିଂ ଓ ସେରୋ ସର୍ଭେ…

ନୂଆଦିଲ୍ଲୀ: ଆଗକୁ ଦେଶରେ ବ୍ୟାପକ କରୋନା ପରୀକ୍ଷା ଓ ସେରୋ ସର୍ଭେ ହେବ । ଏନେଇ ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ  ବସିଥିବା କରୋନା ପରୀକ୍ଷଣ ଓ ଭ୍ୟାକସିନ ସମ୍ୱନ୍ଧୀତ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି  । ଏଥିରେ କମ୍ ଟଙ୍କାରେ କରୋନା ପରୀକ୍ଷା ସହ ସଠିକ୍ ରିପୋର୍ଟ ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଇଛି  । ବୈଠକରେ ଭାରତୀୟ ଭ୍ୟାକସିନ୍ ନିର୍ମାଣ କମ୍ପାନୀ ଗୁଡିକୁ ପ୍ରଶଂସା କରାଯାଇଛି  ।

ଏହି ବୈଠକରେ କୋଭିଡ୍ ଭୂତାଣୁକୁ ନେଇ ରିସର୍ଚ୍ଚ, କରୋନା ଟିକା ନିର୍ମାଣ ସହ ପାରମ୍ପରିକ ଚିକତ୍ସା ଉପରେ ବି ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଛି  । ଭୂତାଣୁ ମହାମାରୀ ବେଳେ ଆୟୁଷ ମନ୍ତ୍ରାଳୟର ଉଚିତ ପଦକ୍ଷେପକୁ ବି ପ୍ରଶଂସା କରିଛନ୍ତି ମୋଦି  । ଏହି ସମୟରେ ଆୟୁଷ ମନ୍ତ୍ରାଳୟ କରୋନା ନେଇ ବିଶ୍ୱସନୀୟ ତଥ୍ୟ ପ୍ରକାଶ ଏବଂ ସଂକ୍ରମଣ ରୋକିବାକୁ ଉଚିତ ପଦକ୍ଷେପ ନେଇଥିବା କହିଛନ୍ତି ମୋଦି  । ବୈଠକରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ନୀତି ଆୟୋଗ ସଦସ୍ୟ,  ପ୍ରିନସିପାଲ ସାଇଣ୍ଟିଫିକ୍ ଆଡାଭାଇଜର ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ  ।

Leave a Reply