ମାଲଗୋଦାମ୍‌ ଅଞ୍ଚଳରେ ବଢ଼ୁଛି ସଂକ୍ରମଣ, ଚିନ୍ତାରେ କଟକବାସୀ

Malgodam

କଟକ: କଟକ ମାଲଗୋଦାମ୍‌ କଣ୍ଟେନମେଣ୍ଟ ଅଂଚଳରୁ ଗତକାଲି ୧୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ଓ କଟକବାସୀଙ୍କୁ ଚିନ୍ତାରେ ପକାଇଛି । କିଛି ଦିନ ହେବ ମାଲଗୋଦାମ ବେହେରା ସାହି ଅଂଚଳରେ ଲଗାତର ସଂକ୍ରମଣ ବଢି ଚାଲିଥିବାରୁ ପ୍ରଶାସନ ସେସବୁ ଅଂଚଳରେ କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂକୁ ତ୍ୱରାନ୍ୱିତ କରିଛି । ଏଥି ସହିତ କଣ୍ଟେନମେଣ୍ଟ ଜୋନ୍‌ ବାହାରକୁ ଆସି ମାଲ୍‌ଗୋଦାମ୍‌ ଅଂଚଳରେ କାମ କିମ୍ବା ବୁଲାବୁଲି ନ କରିବାକୁ ପ୍ରଶାସନ ଓ ବ୍ୟବସାୟୀ ସଂଘ ପରାମର୍ଶ ଦେଇଛି ।

Malgodam

ଅନ୍ୟପଟେ ବୁଧବାରଠାରୁ ବନ୍ଦ ହୋଇଛି ଭୀମସାର ଓପିଡ଼ି । ବୁର୍ଲା ଭୀମସାରର ମେଡ଼ିସିନ୍‌ ୱାର୍ଡରୁ ୧୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଭାଗକୁ ବନ୍ଦ କରିଦିଆ ଯାଇଥିଲା । କଣ୍ଟ୍ରାକ୍ଟ ଟ୍ରେସିଂ ପରେ ୭୦ ଜଣ ଡାକ୍ତରଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି । କେବଳ ମେଡ଼ିସିନ୍‌ ବିଭାଗରୁ ୩୮ ଜଣ ଡାକ୍ତର କ୍ଵାରେଣ୍ଟାଇନକୁ ଯାଇଛନ୍ତି । ଫଳରେ ଭୀମସାରର ଓପିଡ଼ି ସେବାକୁ ବନ୍ଦ କରି ଦିଆଯାଇଛି ।

ତେବେ ସମସ୍ତ ଓପିଡ଼ି ବନ୍ଦ ହେବା ସହିତ କେବଳ ଜରୁରୀକାଳୀନ ସେବା ଓ ରେଫରାଲ କେଶ ଗୁଡିକୁ ହିଁ ସେବା ଯୋଗାଇ ଦିଆଯିବ । ପୂର୍ବରୁ ଭୀମସାରକୁ ୨ଟି ପର୍ଯ୍ୟାୟରେ ୧୪ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ ସଟଡାଉନ କରାଯାଇଥିଲା । ଏହା ସହିତ ଭୀମସାରର କ୍ୟାନ୍ସର ୱାର୍ଡକୁ ଆଜି ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଭୀମସାର ଉପରେ ନିର୍ଭର କରୁଥିବା ସମସ୍ତ ରୋଗୀଙ୍କୁ ଟେଲିମେଡିସିନ ସେବା ପ୍ରଦାନ କରାଯିବ ବୋଲି ଭୀମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ପ୍ରକାଶ କରିଛନ୍ତି ।

Leave a Reply