ସାହାଯ୍ୟର ହାତ ବଢାଇଲେ ଶାହରୁଖ ଓ ଗୌରୀ, କ୍ୱାରେଣ୍ଟାଇନ୍ ଓ୍ୱାର୍ଡ ପାଇଁ ଦାନ କଲେ ନିଜ ଅଫିସ୍

ମୁମ୍ବାଇ: ବଲିଉଡ ବାଦଶାହ ତଥା ଶାହରୁଖ ଖାନ ଓ ତାଙ୍କ ପତ୍ନୀ ଗୌରୀ ଖାନ କରୋନା ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି । ଏହି ବିଶେଷ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖାହରୁଖ ଖାନ ଏବେ ଫିଲ୍ମ ଜଗତରୁ ଦୂରାଇ ଅଛନ୍ତି ସତ ହେଲେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି। ଏବେ ସେ ଏମିତି ଅନେକ କାମ କରୁଛନ୍ତି ଯେଉଁଥିପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି । ଶାହରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ପୂର୍ବରୁ ଏମିତି ଅନେକ କାମ କରିଛନ୍ତି ଯେଉଁଥିପାଇଁ ସେମାନେ ବହୁତ ପ୍ରଶଂସା ପାଇଛନ୍ତି । ଠିକ ସେହିଭଳି କ୍ଵାଟଣ୍ଟାଇନ ଓ୍ୱାର୍ଡ ପ୍ରସ୍ତୁତ କରିବା ପାଇଁ ସେ ମୁମ୍ବାଇ ମହାନଗର ନିଗମକୁ ନିଜର ୪ ମହଲା ଅଫିସ ପ୍ରଦାନ କରିଛନ୍ତି । ସହରର ସ୍ଥାନୀୟ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)  ସୋସିଆଲ ମିଡିଆକୁ ନେଇ ତାରକା ଦମ୍ପତିଙ୍କୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛି। ଏଠାରେ କ୍ୱାରେଣ୍ଟାଇନରେ ରହୁଥିବା ଶିଶୁ, ବୃଦ୍ଧ ଓ ମହିଳାଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ।

ଶାହରୁଖଙ୍କ ସହ ପତ୍ନୀ ଗୌରୀ, ଜୁହି ଚାଓ୍ୱଲା ଓ ଜୟ ମେହେତା ପିଏମ କେୟାର୍ସ ଫଣ୍ଡକୁ ଅର୍ଥଦାନ କରିବେ ବୋଲି ସଂକଳ୍ପ ନେଇଥିଲେ । ସେ ମେଡିକାଲ କର୍ମଚାରୀଙ୍କ ପାଇଁ ୫୦ ହଜାର ପିପିଆଇ, ମୀର ଫାଉଣ୍ଡେସନ ତରଫରୁ ୫ ହଜାର ପରିବାରକୁ ଏକ ମାସ ଯାଏଁ ଖାଦ୍ୟ, ଶ୍ରମିକ ଓ ଗରିବଙ୍କୁ ଏକ ମାସ ଯାଏଁ ଖାଦ୍ୟ ଓ ବସ୍ତ୍ର ଦେବାକୁ ଘୋଷଣା କରିଥିଲେ । ବିଏମସି ନିଜ ଟ୍ୱିଟରରେ ଏହି ଦମ୍ପତିମାନଙ୍କୁ ଅଶେଷ କୃତଜ୍ଞତା ଦେବା ସହ ଧନ୍ୟବାଦ କହିଛି । ନିଜ ଅଫିସ ଯୋଗାଇ ଥିବାରୁ ଏଥିପାଇଁ ଶାହରୁଖ ଓ ଗୌରୀଙ୍କୁ ସମେସ୍ତ ଧନ୍ୟବାଦ ଜଣାଇଛନ୍ତି । କରୋନା ପାଇଁ ଅନେକ ସେଲିବ୍ରିଟି ବହୁତ ସହାୟତା କରିଛନ୍ତି । କିଏ ଫଣ୍ଡକୁ ଟଙ୍କା ଟ୍ରାନ୍ସଫର କରିଛି ତ କିଏ ଅନ୍ୟାନ୍ୟ ପଦକ୍ଷେପ ମାଧ୍ୟମରେ ଏହି ପରିସ୍ଥିତିରେ ସହଯୋଗ କରିଛି ।

Leave a Reply