କୋଭିଡ୍‌ ନିୟମ ଉଲଂଘନ, ଏକାଠି ହେଲେ ଶତାଧିକ ଲୋକ ଆଉ ଦେଖିଲେ ଗଞ୍ଜା ଲଢ଼େଇ..

Roster Fight

ଅନୁଗୁଳ: ପୁଣି କୋଭିଡ୍‌ ନିୟମକୁ ଖୋଲା ଖୋଲି ଉଲଂଘନ। କଟକଣା ଭାଙ୍ଗି ଆୟୋଜିତ ହେଲା କୁକୁଡ଼ା ଲଢେଇ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍‌ ବଡ଼ଝାର ଗ୍ରାମର । ଗାଁର କିଛି ଯୁବକ ମିଶି ଆୟୋଜନ କରିଥିଲେ କୁକୁଡ଼ା ଲଢ଼େଇ ଖେଳ ।

Roster Fight

ଏହି ଖେଳ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ଲୋକ । କରୋନା ଭୂତାଣୁ ସଂକ୍ରମଣକୁ ଖାତିର ନକରି କଟକଣା ସତ୍ତ୍ୱେ ଏକାଠି ହୋଇଥିଲେ ଆଖ ପାଖ ଗାଁର ଶତାଧିକ ଲୋକ । ସବୁଠାରୁ ବଡ଼ କଥା ହେଲା କାହା ମୁହଁରେ ମାସ୍କ ନଥିଲା କି ନଥିଲା ସାମାଜିକ ଦୂରତ୍ୱ । ଏଠି ପ୍ରଶ୍ନ ଉଠୁଛି ଏପରି ମହାମାରୀ ସମୟରେ ଏକାସଙ୍ଗେ ଏତେ ଲୋକଙ୍କୁ ଏକତ୍ରିତ ହେବାକୁ ଅନୁମତି ଦେଲା କିଏ ?

Roster Fight

ଏଠି ଆହୁରି ପ୍ରଶ୍ନ ଉଠୁଛି ପାଲଲହଡା ଥାନା ଏବଂ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୩ କିମି ଦୂରରେ ରୀତିମତ ଏପରି ଗଞ୍ଜା ଲଢେଇ ଆୟୋଜନ ହୋଇଥାଏ । ହେଲେ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ । ତେଣୁ ପ୍ରଶାସନର କାର୍ଯ୍ୟଶୈଳୀ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଗୋଟିଏ ପଟେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ କରୋନା ମୁକାବିଲା ପାଇଁ ରାତି ଦିନ ଏକ କରିଦେଇଥିବା ବେଳେ ଅନ୍ୟପଟେ ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ କରୋନା ମୁକାବିଲାର ସଫଳତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Leave a Reply