Covid-19: ଆଣ୍ଟିଜେନ୍ ଟେଷ୍ଟ ବେଳେ ମହିଳାଙ୍କ ମସ୍ତିଷ୍କରେ ହୋଇଗଲା ଛିଦ୍ର, ନାକ ଦେଇ ବାହାରିଲା ତରଳ ପଦାର୍ଥ

1 min read
Covid-19 Nasal Swab Test Punctured Womans Brain Lining And Leaked Brain Fluid From Her Nose

ୱାଶିଂଟନ୍: ମହାମାରୀ କରୋନାକୁ ନେଇ ଚିନ୍ତାରେ ଦୁନିଆ । ସଂକ୍ରମଣ ରୋକିବାକୁ ଟେଷ୍ଟିଂ, ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯାଉଛି । ହେଲେ ଆମେ କହିବାକୁ ଯାଉଥିବା ଏ ଘଟଣା ଆପଣଙ୍କୁ ଚିନ୍ତାରେ ପକାଇ ଦେବ । କାରଣ କୋଭିଡ୍ ଟେଷ୍ଟିଂ ପାଇଁ ଯାଇଥିବା ଜଣେ ମହିଳାଙ୍କ ସହ ଏମିତି କିଛି ଘଟିଛି ଯାହା ଆପଣଙ୍କୁ ଚମକାଇ ଦେବ । ଏଭଳି ଏକ ଘଟଣା ବିଷୟରେ ମେଡିକାଲ ଜର୍ଣ୍ଣାଲରେ ସୂଚନା ଦେଇଛନ୍ତି ଡାକ୍ତର ।

Coronavirus Alert US Scientists The Risk Of Covid-19 In Cold Will Increase Keep Windows Open
FILE

ଆମେରିକାର ଜଣେ ମହିଳା କୋଭିଡ୍ ଟେଷ୍ଟ ପାଇଁ ଯାଇଥିଲେ । ତାଙ୍କର ନାକରୁ ନମୁନା ସଂଗ୍ରହ କରୁଥିଲେ ସ୍ୱାସ୍ଥ୍ୟକର୍ମୀ । ଆଣ୍ଟିଜେନ୍ ଟେଷ୍ଟ ବେଳେ ମହିଳାଙ୍କ ମସ୍ତିଷ୍କରେ ଛିଦ୍ର ସୃଷ୍ଟି ହୋଇଥିଲା । ତା’ପରେ ମସ୍ତିଷ୍କରୁ ନାକ ଦେଇ ତରଳ ପଦାର୍ଥ ନିର୍ଗତ ହୋଇଥିଲା । ଯାହା ଫଳରେ ମହିଳାଙ୍କ ଜୀବନ ସଂକଟରେ ପଡ଼ି ଯାଇଥିଲା । ଏଥିସହ ତାଙ୍କ ପାଇଁ ସଂକ୍ରମଣ ବିପଦ ବଢ଼ି ଯାଇଥିଲା ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଟେଷ୍ଟିଂ ବେଳେ ପ୍ରୋଟକଲ ମାନିବା ଜରୁରୀ । ମୁଣ୍ଡ କିମ୍ବା ନାକରେ ସର୍ଜରୀ ହୋଇଥିଲେ ଓରାଲ ଟେଷ୍ଟିଂ କରିବା ଉଚିତ୍ । ଆଣ୍ଟିଜେନ୍ ଟେଷ୍ଟ ବେଳେ ନାକର ଗୋଟିଏ ପାର୍ଶ୍ୱରେ ତରଳ ପଦାର୍ଥ ନିର୍ଗତ ହୋଇଥିଲା । ତା ସହିତ ମୁଣ୍ଡବିନ୍ଧା, ବାନ୍ତି, ତଣ୍ଟିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Covid-19  Nasal Swab Test Punctured Womans Brain Lining And Leaked Brain Fluid From Her Nose

ପୂର୍ବରୁ ମଧ୍ୟ ଆଣ୍ଟିଜେନ ଟେଷ୍ଟ କରାଇଥିଲେ । ସେତେବେଳେ କିଛି ସମସ୍ୟା ହୋଇ ନଥିଲା । ଦ୍ୱିତୀୟ ଥର ଆଣ୍ଟିଜେନ ଟେଷ୍ଟ ବେଳେ ସ୍ୱାସ୍ଥ୍ୟକର୍ମୀ ପରୀକ୍ଷା ଉପକରଣକୁ ନାକର ବେଶୀ ଭିତରକୁ ନେଇ ଯାଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଡାକ୍ତର ନିର୍ଗତ ତରଳ ପଦାର୍ଥକୁ ସଂରକ୍ଷିତ ପୁଣି ଡ୍ରେନେଜ୍ କରିଥିଲେ । ଫଳରେ ମହିଳାଙ୍କ ଅବସ୍ଥାରେ ସୁଧାର ଆସିଥିଲା ।

Leave a Reply