କୋଭିଡ୍-୧୯ ସଂକଟ ହେଉଛି ବିଗତ ୧୦୦ ବର୍ଷର ସବୁଠୁ ବଡ ସ୍ୱାସ୍ଥ୍ୟ ଓ ଆର୍ଥିକ ସଂକଟ

1 min read

ନୂଆଦିଲ୍ଲୀ: ଜୀବନଜୀବିକାର ସଂକଟ ଭିତରେ ଦେଶର ଆର୍ଥିକ ଅଭିବୃଦ୍ଧିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁତ୍ୱ ଦେଇଛି । କରୋନା ଲକଡାଉନ ସମୟରେ ଅନେକ ପଦକ୍ଷେପ ନିଆଯାଇଛି । ରେପୋରେଟ 135 ବେସିସ ପଏଣ୍ଟ ହ୍ରାସ କରାଯାଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଲକଡାଉନ ସମୟରେ ଧିମା ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆରବିଆଇର ଅନେକ ପଦକ୍ଷେପ ଫଳପ୍ରଦ ହୋଇଛି । ଋଣକ୍ଷେତ୍ରରେ ମଧ୍ୟ ସରଳୀକରଣ ପାଇଁ ବ୍ୟାଙ୍କମାନଙ୍କ ସହ ସମନ୍ୱୟ ରଖାଯାଇଛି । ଆଗକୁ ମଧ୍ୟ ଅନେକ ପଦକ୍ଷେପ ନେବାକୁ ଯୋଜନା କରିଛି ଆରବିଆଇ । କରୋନା ମହାମାରୀ ଦେଶର ଆର୍ଥିକ ସ୍ଥିତିକୁ ବହୁତ କ୍ଷତି ପହଞ୍ଚାଇଛି । ଏଣୁ ସଂକଟରୁ ଉଦ୍ଧାର ପାଇଁ ଅନେକ ଯୋଜନା କରାଯାଉଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ସପ୍ତମ ଏସ୍‌ବିଆଇ ବ୍ୟାଙ୍କିଙ୍ଗ୍‌ ଓ ଇକୋନୋମିକ କନକ୍ଲେଭ୍‌ରେ ଯୋଗଦେବା ଅବସରରେ ଏହା କହିଛନ୍ତି ଶକ୍ତିକାନ୍ତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍-୧୯ ବିଗତ ୧୦୦ ବର୍ଷ ମଧ୍ୟରେ ଦୁନିଆ ଦେଖିଥିବା ସବୁଠୁ ଖରାପ ସ୍ୱାସ୍ଥ୍ୟ ଓ ଆର୍ଥିକ ସଂକଟ । ଏହା କାରଣରୁ ଉତ୍ପାଦନ ଓ ନିଯୁକ୍ତି ପ୍ରଭାବିତ ହୋଇଛି । ଏଥିପାଇଁ ସମଗ୍ର ବିଶ୍ୱ ବ୍ୟବସ୍ଥା,ଶୃଙ୍ଖଳା,ଶ୍ରମ ଓ ପୁଞ୍ଜି ବ୍ୟବସ୍ଥାକୁ ପ୍ରଭାବିତ କରିଛି ।

 

Leave a Reply