India Corona Updates: ୨୬ ଦିନ ଭିତରେ କମିଛି କରୋନା ମୃତ୍ୟୁ ହାର, ୨୪ ଘଣ୍ଟାରେ ୭୦ହଜାର ୫୮୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଦିନକରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି । ୨୪ ଘଣ୍ଟାରେ ୭୦ ହଜାର ୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୬ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧ଲକ୍ଷ ୪୫ହଜାର ୨୯୨ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୯ଲକ୍ଷ ୪୭ହଜାର ୫୭୬ । ଦେଶରେ ୫୧ଲକ୍ଷ ହଜାର ୨୯୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୬ହଜାର ୩୧୮ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ରହିଛି । ୧୩ ଲକ୍ଷରୁ ଅଧିକ ଲୋକ ମହାରାଷ୍ଟ୍ରରେ କରୋନା ସଂକ୍ରମିତ ହୋଇଥିବା ବେଳେ ୩୫ହଜାର ୭୫୧ଜଣଙ୍କ ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶରେ ୬ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ତକାମିଲନାଡୁ ଓ କର୍ଣ୍ଣାଟକରେ ୫ଲକ୍ଷରୁ ଉର୍ଦ୍ଧ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଇସିଏମଆର ଅନୁଯାୟୀ, ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ମୋଟ ୭ କୋଟି ୩୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ତେବେ ଆଶ୍ୱସ୍ତିର ବିଷୟ ଏହା ଯେ, ଦେଶରେ ମୃତ୍ୟୁହାରରେ କ୍ରମାଗତ ହ୍ରାସ ହୋଇଛି । ମୃତ୍ୟୁ ହାର ୧.୫୭ ପ୍ରତିଶତ ଦ୍ରାସ ହୋଇଛି। ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୧୬ ପ୍ରତିଶତ କମିଛି । ଏହା ସହିତ ସୁସ୍ଥତା ହାର ୮୩ ପ୍ରତିଶତ ହୋଇଛି  । ଭାରତରେ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

Leave a Reply