କ’ଣ ହୋଇପାରେ ଅନ୍‌ଲକ୍‌ ୫.୦ର ନୂଆ ଗାଇଡଲାଇନ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ସୋମବାର ଆସିପାରେ ଅନଲକ ୫.୦ ଗାଇଡଲାଇନ । ଏହା ପୂର୍ବରୁ ଆସିଥିବା ୪.୦ ଗାଇଡଲାଇନରେ ଲୋକଙ୍କୁ କିଛି କ୍ଷେତ୍ରରେ କଟକଣାରୁ ଆରାମ ମିଳିଥିଲା । ଏଥର କିନ୍ତୁ ଦେଶରେ ଆଗକୁ ରହିଛି ବିଭିନ୍ନ ପ୍ରକାରର ପର୍ବପର୍ବାଣି  । ସେଥିପାଇଁ କେନ୍ଦ୍ର ସରକାର ଏଥର କିଛି ଅଧିକ କଟକଣା ମୁକ୍ତ କରିପାରନ୍ତି ବୋଲି ଲୋକେ ଆଶା ବାଢ଼ିଛନ୍ତି । କରୋନା ପାଇଁ ଦେଶରେ ଅର୍ଥନୀତି ଭୁଶୁଡ଼ି ପଡ଼ିଛି । ଲୋକେ ସେମାନଙ୍କର ରୋଜଗାରର ପନ୍ଥା ହରାଇଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ଜୁନରେ ଅନ୍‌ଲକ୍‌ର ପ୍ରକ୍ରିୟ ଦେଶରେ ଆରମ୍ଭ କରିଥିଲେ ।

ଗତ ମାସରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଳକ୍‌ଡାଉନରୁ ଅଧିକ ଆରାମ ଦେବା ପାଇଁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା । ଏଭଳି ପରିସ୍ଥିତିରେ ସମସ୍ତେ ଆଶା କରୁଛନ୍ତି ଯେ ଆସନ୍ତା ମାସରେ ଆସୁଥିବା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରାକର କିଛି ଅଧିକ କଟକଣା ମୁକ୍ତ କରିପାରନ୍ତି ।

ଅନଲକ୍ ୫.୦ ରେ ମଲ୍, ସେଲୁନ୍, ଜିମ୍ ଏବଂ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ମଲରେ କେବଳ ମେଡିସିନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା । ଏଥର ମଲରେ ସରକାର ପୋଷାକ ଏବଂ ଖାଇବା ଉପରେ ଲାଗିଥିବା କଟକଣାକୁ ମୁକ୍ତ କରିବେ ବୋଲି ଲୋକେ ଆଶା କରିଛନ୍ତି । ଏହା ସହ ସରକାର ସିନେମା ହଲ୍, ସୁଇମିଂ ପୁଲ୍ ଏବଂ ପାର୍କକୁ କିଛି ସର୍ତ୍ତରେ ଖୋଲିବାକୁ ଅନୁମତି ଦେଇ ପାରନ୍ତି । ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ କିଛି ସର୍ତ୍ତରେ  ସିନେମା ହଲ ଖୋଲିବା ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଯଦି ଦେଖିବା କେବଳ ଖୋଲା ଆକାଶ ତଳେ ଥିଏଟର ପାଇଁ ୨୧ ସେପ୍ଟେମ୍ବରରୁ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି ।

କରୋନା କାଳରେ ଯଦି ଦେଶରେ କିଛି ଅଧିକ ପ୍ରଭାବିତ ହୋଇଛି ତେବେ ତାହା ହେଉଛି  ପର୍ଯ୍ୟଟନ କ୍ଷେତ୍ର । ଏଭଳି ପରିସ୍ଥିତିରେ ଯାତ୍ରୀଙ୍କ ପାଇଁ ୫.୦ ଅନଲକରେ ପର୍ଯ୍ୟଟନ ସ୍ଥାନ ଖୋଲାଯାଇପାରିବ ବୋଲି ଆଶା କରାଯାଉଛି । ତେବେ ପର୍ଯ୍ୟଟନ କ୍ଷେତ୍ର କେମିତି ଅଧିକ ମାତ୍ରରେ ଚାଲିପାରିବ ସେନେଇ କିଛି ରାଜ୍ୟରେ ହୋଟେଲ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

ସେପଟେ କିନ୍ତୁ ପଶ୍ଚିମବଙ୍ଗ ସରକାର ଅକ୍ଟୋବର ୧ ରୁ ସୀମିତ ସଂଖ୍ୟକ ଲୋକ ପ୍ରବେଶ କରି ସିନେମା ହଲ୍ ଖୋଲିବା ପାଇଁ ଅନୁମତି ଦେଇସାରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ‘ଯାତ୍ରା, ଡ୍ରାମା, ଓପନ୍ ଏୟାର ଥିଏଟର, ସିନେମା ଏବଂ ସମସ୍ତ ସଂଗୀତ, ନୃତ୍ୟ, ଗୀତ ଏବଂ ମ୍ୟାଜିକ୍ ସୋ ଅକ୍ଟୋବର ୧ରୁ ଖୋଲାଯିବ । ୫୦ଜଣ କିମ୍ବା ୫୦ରୁ କମ ଲୋକରେ ଏହା ଆୟୋଜନ କରାଯି । ଏହା ସହ କରୋନା କଟକଣାକୁ ଦୃଢ଼ ବେବେ ଅବଲମ୍ବନ କରିବାରକୁ ପଡ଼ିବ ।

Leave a Reply