ଦେଶରେ ଆଜି ଆଉ ୬୦ ହଜାର ୯ ଶହ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ, ୮୩୪ ଜୀବନ ନେଲା ମହାମାରୀ

ନୂଆଦିଲ୍ଲୀ: ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୩ ଲକ୍ଷ ପାର ହୋଇଛି । ଟେଷ୍ଟିଂ ବଢିବା ସହ ଅଗଷ୍ଟ ମାସରେ କରୋନା ସଂକ୍ରମଣ ସଂଖ୍ୟା ବଢିଛି । ଆଜି ପୁଣି ୬୧ ହଜାର ପାଖାପାଖି ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୬୦ ହଜାର ୯୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୮୩୪ ଜଣଙ୍କ ଜୀବନ ନେଇଛି ମହାମାରୀ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୯ରେ ପହଞ୍ଚିଛି । ତେବେ ଦେଶରେ ବର୍ତ୍ତମାନ ୬ ଲକ୍ଷ ୪୩ ହଜାର ୯୪୮ ଜଣ ଆକ୍ଟିଭ ଥିବାବେଳେ ୧୬ ଲକ୍ଷ ୩୯ ହଜାର ୬ଶହ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ତେବେ ମୋଟ ମୃତ୍ୟୁ ସଂଖ୍ୟା ୪୬ ହଜାର ୯୧କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। କିନ୍ତୁ ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ଏକ ନମ୍ବର ରହିଛି। ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଛି ।  ଭାରତ ଅପେକ୍ଷା ଅଧିକ ମାମଲା ଆମେରିକା (୫, ୩୦୪, ୩୯୪) ଓ ବ୍ରାଜିଲ (୩, ୧୧୨, ୩୯୩ )ରେ ରହିଛି ।

ସୂଚନାଯୋଗ୍ୟ ଯେ, ଦେଶରେ ସବୁଠାରୁ ସକ୍ରିୟ ମାମଲା ମହାରାଷ୍ଟ୍ରରେ ରହିଛି। ମହାରାଷ୍ଟ୍ରରରେ ଏକ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି। ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ଆକ୍ଟିଭ୍ କେସ୍ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି।

Leave a Reply