୨୫ଟି ୱାର୍ଡରେ ୧୫ଶହ ଲୋକଙ୍କର ନମୂନା ସଂଗ୍ରହ କରିବ ୫ଟି ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ । ଆରଏମ୍ଆରସି ଓ ବିଏମ୍ସି ପକ୍ଷରୁ ମିଳିତ ଭାବେ ଏହି ଅଭିଯାନ ଆରମ୍ଭ ହେବ । ୨୫ଟି ୱାର୍ଡରେ ୧୫ଶହ ଲୋକଙ୍କର ନମୂନା ସଂଗ୍ରହ କରିବ ୫ଟି ସ୍ୱତନ୍ତ୍ର ଟିମ୍ । ଆଜିଠୁ ୧୮ତାରିଖ ପର୍ଯ୍ୟନ୍ତ ଟେଷ୍ଟ କରାଯିବ । ଏହି ଟେଷ୍ଟ ଜରିଆରେ ଭୁବନେଶ୍ୱରରେ କେତେ ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ବା ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି ତାହା ଜଣାପଡିବ ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି ।

ପୂର୍ବରୁ ଦୁଇଥର ସେରୋ ସରଭେଲାନ୍ସ ହୋଇଥିବା ବେଳେ ଭୁବନେଶ୍ୱରରେ ଶତକଡା ୧୦ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଥିଲା । ରାଜ୍ୟ ସରକାର ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟିଂ ଉପରେ ଗୁରୁତ୍ତ୍ୱ ଦେଉଥିବା ବେଳେ ଭୁବନେଶ୍ୱରରେ ଇତି ମଧ୍ୟରେ ୩ଲକ୍ଷ ଲୋକଙ୍କର ସ୍ୱାବ୍ ସଂଗ୍ରହ ସହିତ ଟେଷ୍ଟ ହୋଇସାରିଛି ।

ସୂଚନା ଅନୁସାରେ,  ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା କମିଛି । ପୂର୍ବରୁ ପ୍ରାୟ ଭୁବନେଶ୍ୱରରେ ୨୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ସଂକ୍ରମଣକୁ ରୋକିବାକୁ ଟେଷ୍ଟକୁ ଗୁରୁତ୍ତ୍ୱ ଦେଇଛନ୍ତି ସରକାର । ତେଣୁ କେବଳ ଭୁବନେଶ୍ୱରରେ ୩ଲକ୍ଷରୁ ଅଧିକ ଲୋକଙ୍ ସ୍ୱାବ ଟେଷ୍ଟ କରାଯାଇଛି । ସେରୋ ସରଭାନ୍ସି ମାଧ୍ୟମରେ ଗୋଷ୍ଠି ସଂକ୍ରମଣ ହୋଇଛି କି ନାହିଁ ଏବଂ ଲୋକଙ୍କ ଦେହରେ ଆଣ୍ଟିବଡ଼ି ହୋଇଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ମିଳୁଛି । ତେବେ ଭୁବନେଶ୍ୱରରେ ୩ଦିନ ଧରି ଏହି ସେରୋ ସର୍ଭେଲାନ୍ସ ଚାଲିବ ।

Leave a Reply