କୋଭିଡ୍ ଟିକା ‘କୋଭିକ୍ସିନ୍ ’ର ମାନବୀୟ ପରୀକ୍ଷଣ… ଭାରତ ବାୟାଟେକ୍ କମ୍ପାନୀ ଦ୍ୱାରା ୩୭୫ ସ୍ୱେଚ୍ଛାସେବୀଙ୍କୁ ନେଇ ପରୀକ୍ଷା

1 min read
Bharat Biotech Covaxin Adjuvant Alhydroxiquim For Better Immune Response

ନୂଆଦିଲ୍ଲୀ: କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଅନେକ କଟକଣା ଲାଗୁ କରିଛନ୍ତି । ହେଲେ ଏହା ସତ୍ତ୍ୱେ ଦିନକୁ ଦିନ କରୋନା କମିବା ବଦଳରେ ବଢିବାରେ ଲାଗିଛି । କରୋନା କବଳରେ ଏବେ ସାରା ବିଶ୍ୱ । ପ୍ରତିଦିନ କରୋନା ସଂକ୍ରମଣ ଯୁଦ୍ଧର ମୁକାବିଲା ପାଇଁ ମଣିଷ ସଂଘର୍ଷ କରୁଛି । କରୋନା ସଙ୍କଟ ବେଳେ ଏକ ଭଲ ଖବର ଆସିଛି । ସମସ୍ତଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କଲା ଭାରତର ସ୍ୱଦେଶୀ କୋଭିଡ୍ ଟିକା ‘କୋଭିକ୍ସିନ୍ ’ ।

ଏହି ଟିକାର ମାନବୀୟ ପରୀକ୍ଷଣ ହୋଇଛି । ଭାରତ ବାୟାଟେକ୍ କମ୍ପାନୀ ଦ୍ୱାରା ୩୭୫ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଛି  । ଏହି ଟିକାର ପ୍ରଥମ ପର୍ଯ୍ୟାୟ ୨୦୨୦ରେ ଜୁଲାଇ ମାସ ୧୫ ତାରିଖ କରାଯାଇଥିଲା  । ଦୁଇଟି କମ୍ପାନୀର ଟିକାକୁ ମାନବୀୟ ପରିକ୍ଷଣ ପାଇଁ ଅନୁମତି ଦେଇଥିଲା ଡ୍ରଗ କଣ୍ଟ୍ରୋଲ ଜେନେରାଲ୍ ଅଫ୍ ଇଣ୍ଡିଆ  । ଏହି ଦୁଇଟି କମ୍ପାନୀ ହେଲା ଭାରତୀୟ ବାୟାଟେକ୍ ଇଣ୍ଟରନ୍ୟାସନାଲ ଓ ଜଡୁସ୍ କାଡିଲା ହେଲ୍ଥ କେୟାର । ଏହି ଦୁଇ ସଂସ୍ଥା ପ୍ରଥମେ ମୂଷା ଏବଂ ଠେକୁଆଠାରେ ଟିକା ପରୀକ୍ଷଣ କରିଥିଲେ ।

ଦେଶୀ କରୋନା ଭ୍ୟାକ୍ସିନକୁ ନେଇ ଭଲ ଖବର, ନାହିଁ କୌଣସି ସାଇଡ୍ ଇଫେକ୍ଟ

ଏହି ପରୀକ୍ଷଣ ରିପୋର୍ଟକୁ  ଡିସିଜିଆଇ ନିକଟରେ ଦାଖଲ କରିଥିଲେ  । ଏହାପରେ ଏହି ଦୁଇଟି ସଂସ୍ଥାର ଟିକାକୁ ମାନବୀୟ ପରିକ୍ଷଣ ପାଇଁ ଅନୁମତି ମିଳିଥିବା ଆସିଏମଆର ପକ୍ଷରୁ ସୂଚନା ଦିଆଯାଇଛି । ଯଦି ସମସ୍ତ ପରୀକ୍ଷଣ ଠିକ୍ ହୁଏ ତେବେ ଅଗଷ୍ଟ ୧୫ ମଧ୍ୟରେ ଭ୍ୟାକ୍ସିନକୁ ଲଞ୍ଚ କରାଯିବ । ICMR ଏଥିରେ ସାମିଲ ଅଛି । ଯଦି ଭ୍ୟାକ୍ସିନ୍ ପରୀକ୍ଷଣର ପ୍ରତିଟି ପର୍ଯ୍ୟାୟ ସଫଳ ରୁହେ ତେବେ ୧୫ ଅଗଷ୍ଟରେ ମାର୍କେଟରେ ଭ୍ୟାକ୍ସିନ୍ ଉପଲବ୍ଧ ହେବ । ପୂର୍ବରୁ ହାଇଦ୍ରାବାଦ ଫାର୍ମା କମ୍ପାନୀ ଭାରତ ବାୟୋଟେକ ଅନେକ ଭ୍ୟାକ୍ସିନ୍ ମଧ୍ୟ ପ୍ରସ୍ତୁତ କରିଛି ।

Leave a Reply