କେବେ ଆସିବ କରୋନା ଭ୍ୟାକ୍ସିନ୍ ? ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ଉତ୍ତର ..

1 min read
yuvraj

ନୂଆଦିଲ୍ଲୀ: ନିକଟରେ କରୋନା ଭାଇରସର ଭ୍ୟାକ୍ସିନକୁ ନେଇ ଦାବି କରାଯାଇଥିଲା ଯେ, ଭାରତରେ ଜୁଲାଇ ୭ରୁ କରୋନା ଭ୍ୟାକ୍ସିନର ଟ୍ରାଏଲ ଆରମ୍ଭ ହେବ ଓ ଅଗଷ୍ଟ ୧୫ ସୁଧା ଏହାକୁ ଲଂଚ କରାଯିବ । ଏହି ଦାବି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଉତ୍ତର ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭ୍ୟାକ୍ସିନର ପରୀକ୍ଷଣ ଆରମ୍ଭ ହୋଇନାହିଁ । ତେବେ ଏହାର ଖୁବଶୀଘ୍ର ଟ୍ରାଏଲ ଆରମ୍ଭ ହେବ । ଯେଉଁ ସ୍ଥାନରେ ଭ୍ୟାକ୍ସିନ ଟ୍ରାଏଲ ହେବ ସେହି ସ୍ଥାନକୁ ବଛା ସରିଛି । ଖୁବଶୀଘ୍ର ଟ୍ରାଏଲ ଆରମ୍ଭ ହେବ ।

corona virus
କରୋନା ଭାଇରସର ଭୟଙ୍କର ଛବି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସଡି ରାଜେଶ ଭୁଷଣ କହିଛନ୍ତି ଯେ, ‘‘ ଏହି ସମୟରେ ବିଶ୍ୱରେ ୧୦୦ରୁ ଅଧିକ ଭ୍ୟାକ୍ସିନ୍ କ୍ୟାଣ୍ଡିଡେଟ୍ ରହିଛି ,ଯାହା ଟ୍ରାଏଲର ଅଲଗା ଅଲଗା ଷ୍ଟେଜରେ ଅଛନ୍ତି । ଭାରତ ପାଇଁ ଆଶ୍ୱାସନାର ବିଶୟ ହେଉଛି ଏହି ତାଲିକାରେ ଭାରତର ଦୁଇଟି ଭ୍ୟାକ୍ସିନ୍ ରହିଛି । ଯାହା ସଂପୂର୍ଣ୍ଣ ରୂପେ ସ୍ୱଦେଶୀ । ଏଥିରୁ ଗୋଟିଏ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡର ଓ ଅନ୍ୟଟି ମେସର୍ସ କାଡିଲା ହେଲ୍ଥ କେୟାରର ଭ୍ୟାକ୍ସିନ । ଆଇସିଏମଆର ସହ ସହଯୋଗରେ ଭାରତ ବାୟୋଟେକ୍ ଭ୍ୟାକ୍ସିନ ତିଆରି କରୁଛି ।

covaxin corona vaccine
କୋଭାକ୍ସିନ୍ ଉପରେ ସବୁ ଆଶା .. ସଫଳ ହେବକି ଭାରତର ଭ୍ୟାକ୍ସିନ୍ ?

ଏପର୍ଯ୍ୟନ୍ତ ଟ୍ରାଏଲ ଆରମ୍ଭ ହୋଇନାହିଁ

ରାଜେଶ ଭୁଷଣ ଆଗକୁ କହିଛନ୍ତି ଯେ, ଏହି ଭ୍ୟାକ୍ସିନର ଆନିମଲ ଟକ୍ସିସିଟିଜ୍ ଅଧ୍ୟୟନ ସରିଛି । ଏହି ଅଧ୍ୟୟନ ମୁଷା,ଗିନି ପିଗି ଓ ଠେକୁଆ ଉପରେ ହୋଇଥାଏ । ଏହି ଦୁଇ ଅଧ୍ୟୟନର ଫଳାଫଳକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆକୁ ଦିଆଯାଇଛି । ଏହାପରେ ହିଁ ଦୁଇ ଭ୍ୟାକ୍ସିନକୁ ଫେଜ୍-ୱାନ୍ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦିଆଯାଇଛି । ଫେଜ୍-ୱାନ୍ ଓ ଫେଜ୍-ଟୁ ପରୀକ୍ଷଣ କେଉଁଠି ହେବ ସେହି ସ୍ଥାନ ନିରୂପଣ କରାଯାଇ ସାରିଛି । କିନ୍ତୁ ଏପର୍ଯ୍ୟନ୍ତ ଟ୍ରାଏଲ ଆରମ୍ଭ ହୋଇନାହିଁ । ଖୁବଶୀଘ୍ର ଟ୍ରାଏଲ ଆରମ୍ଭ ହେବ । ଯାହା ଫଳାଫଳ ଆସିବ ତାକୁ ସମସ୍ତଙ୍କ ସମ୍ମୁଖରେ ରଖାଯିବ ।

Leave a Reply