ପୁରୀ ଗ୍ୟାଙ୍ଗରେପ୍ ଘଟଣାର ନୂଆ ମୋଡ଼; ୪ ଅଭିଯୁକ୍ତଙ୍କ ସହ ଦମ୍ପତି ସାମିଲ ନେଇ ସ୍ପଷ୍ଟ କଲା ପୁରୀ ପୋଲିସ

1 min read

ପୁରୀ: ପୋଲିସ କ୍ୱାର୍ଟର୍ସରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ । ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ ଦମ୍ପତି । ପୋଲିସ ଭୁବନେଶ୍ୱର ଅଞ୍ଚଳର ରଞ୍ଜିତ କୁମାର ପରିଡ଼ା ଓ ତାଙ୍କ ପତ୍ନୀ ସୌମ୍ୟା ଶେଫାଳି ପରିଡ଼ାଙ୍କୁ ଗିରଫ କରିଛି । ଘଟଣାରେ ପୋଲିସ ରାୟଗଡ଼ାରୁ ଅନ୍ୟ ଜଣେ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରିଛି । ଆଗରୁ ପୋଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା ।ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଥିବା ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ପୂର୍ବରୁ ଗିରଫ ହୋଇଥିବା ୩ ଜଣଙ୍କୁ ପୋଲିସ ଅଧିକ ତଥ୍ୟ ପାଇଁ ରିମାଣ୍ଡରେ ଆଣିବ । ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବ ବୋଲି ଏସପି କହିଛନ୍ତି ।ମୁଖ୍ୟ ଅଭିଯୁକ୍ତ ଦମ୍ପତି, ରଞ୍ଜିତ ଓ ସୌମ୍ୟା ନାବାଳିକା ଜଣଙ୍କୁ ଗତ ୨ ତାରିଖରେ ଭୁବନେଶ୍ୱରରୁ ଜୋର ଜବରଦସ୍ତି ସ୍କୁଟିରେ ପୁରୀ ଆଣିଥିଲେ । ପରେ ଯୋଜନା ମୁତାବକ ଗଣଦୁଷ୍କର୍ମ କରାଯାଇଥିଲା । ପ୍ରଥମେ କନେଷ୍ଟବଳଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିଲେ ହେଁ ଏବେ ଦମ୍ପତିଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି । ଯାହାକି ପୂରା ଘଟଣାକୁ ଆହୁରି ରହସ୍ୟ ଭିତରକୁ ଟାଣି ନେଇଛି ।

ପ୍ରଶ୍ନ ଉଠୁଛି ଦମ୍ପତି, ନାବାଳିକାଙ୍କୁ ଭୁବନେଶ୍ୱରରୁ ପୁରୀ ୬୦ କିଲୋମିଟର ଜବରଦସ୍ତି ସ୍କୁଟିରେ ନେଲେ କେମିତି ? ପ୍ରଥମେ ନାବାଳିକା ନିମାପଡ଼ାରୁ କାରରେ ଉଠାଇ ନେଇଯିବା କଥା କହୁଥିଲେ ? ତେବେ, ସତ କିଏ କହୁଛି ? ଏଥିରେ କୌଣସି ରାକେଟ କାମ କରୁନାହିଁତ ?

https://nandighoshatv.comdig-asish-singh-press-meet-on-puri-rape-case/

Leave a Reply