ଆସନ୍ତା ୬ରେ ସାରା ଦେଶରେ କୃଷକଙ୍କ ଚକାଜାମ ଡାକରା

Farm Laws After PM Modi’s Invite Farmer Leaders Ask Govt To Choose Date And Time

ନୂଆଦିଲ୍ଲୀ: ତିନି କୃଷି ଆଇନ୍ ବିରୋଧରେ ଆଜିବି ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ହଜାର ହଜାର ସଂଖ୍ୟାରେ ଅନ୍ନଦାତା ଆନ୍ଦୋଳନ ଜାରି ରଖିଛନ୍ତି। ଯେପର୍ଯ୍ୟନ୍ତ ସରକାର ଆଇନ୍ ଫେରାଇ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା।

ସରକାର ଖୁବ ଶୀଘ୍ର ଚାଷୀମାନଙ୍କୁ ଡାକି ଆଲୋଚନା କରିବା ପାଇଁ ଆଶା ବାନ୍ଧିଛନ୍ତି ଚାଷୀ ନେତା । ଦିଲ୍ଲୀକୁ ବାହାର ରାଜ୍ୟର ଚାଷୀଙ୍କ ସୁଅ ଛୁଟିଥିବା ବେଳେ ଏହାକୁ ନଜରରେ ରଖି ସୀମା ସିଲ୍ କରିଛି ପ୍ରଶାସନ । ସେହିଭଳି ଭାରି ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସେପଟେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ନିଷ୍ପତ୍ତି ନେଇଛି ଚାଷୀ ସଙ୍ଗଠନ। ଆସନ୍ତା ୬ ତାରିଖରେ ସାରା ଦେଶରେ ଚକଜାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଙ୍ଗଠନ । ତେବେ ଅପରାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଏହି ଚକାଜାମ୍ କରିବେ ଚାଷୀ ସଂଗଠନ।

ଏହା ପୂର୍ବରୁ କୃଷକ ସଂଗଠନ ପକ୍ଷରୁ ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍ କରାଯାଇଥିଲା । ହେଲେ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିବା ଏହି ପରେଡ୍ ପରବର୍ତ୍ତୀ ସମୟରେ ଏକପ୍ରକାର ହିଂସାରେ ପରିଣତ ହୋଇଥିଲା ।

Leave a Reply