ମହିଳା ହିଂସାକୁ ନେଇ ବିଜେପି ରାଜନୀତି ନକରୁ: ବିଜେଡି

ଭୁବନେଶ୍ୱର: ମହିଳାଙ୍କ ବିରୋଧରେ ହେଉଥିବା ହିଂସା ଏକ ସ୍ପର୍ଶକାତର ଘଟଣା । କେବଳ ଓଡ଼ିଶାରେ ଏଭଳି ଘଟୁନାହିଁ, ଏହା ଏବେ ଜାତୀୟ ସମସ୍ୟା ଭାବେ ଉଭା ହୋଇଛି । ତେଣୁ, ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ରାଜନୀତି ନକରିବା ପାଇଁ ପରାମର୍ଶ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ମହିଳାଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୀଡ଼ିତାମାନଙ୍କୁ ନ୍ୟାୟ ଦେବାପାଇଁ ସବୁମତେ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଣୁ, ଏଭଳି ଘଟଣାକୁ ନେଇ ରାଜନୀତି କରିବା ବଦଳରେ ସମସ୍ତେ ଏକାଠି ହୋଇ ଏହି ସାମାଜିକ ବ୍ୟାଧି ବିରୋଧରେ ଲଢ଼େଇ କରିବା ଉଚିତ୍‌ । ଏହା ନକରି ବିଜେପି ଯେଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଛି ତାହା ଅତ୍ୟନ୍ତ ଘୃଣ୍ୟ, ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave a Reply